The Ultimate Managed Hosting Platform
ADVERTISEMENT

ଧନ୍ୟ ହେ ମଣିଷ, ଧନ୍ୟ ତୋର ମନ।

Facebook
Twitter
LinkedIn

ଗତ କାଲି ରାତି ଥାଉ ଥାଉ,
ପାହାନ୍ତି ପହରେ,
ସରୋବର ଆଉ ନଦୀ କୂଳେ,
ଜମିଥିଲା ଭିଡ ଖାଲି,
ପୂଣ୍ୟ ଅରଜିବା ପାଇଁ,
କଦଳୀ ପାଟୁକା ଓ ଶୋଲ ନିର୍ମିତ,
ରଙ୍ଗ ବେରଙ୍ଗର, ଡଙ୍ଗା ସବୁ ମାଳମାଳ,
ଧର୍ମ ମାସେ ସଭିଏଁ ବ୍ୟାକୁଳ,
କର୍ଣ୍ଣେ ଗୁଞ୍ଜରିତ କୀର୍ତ୍ତନର ସ୍ୱର,
ଆଉ ତା ସାଙ୍ଗକୁ ଖୋଳ କରତାଳ।
ମସ୍ତକରେ ଚନ୍ଦନ ଲେପନ,
ଧୂପ ଆଉ ଦ୍ଵୀପ ପ୍ରଜ୍ବଳନ,
ଅର୍ଦ୍ଧ ନିମୀଳିତ ଚକ୍ଷୁ ସଙ୍ଗେ,
ଆଶୁତୋଷ ଧ୍ୟାନ।
କାହା ମନେ ନାହିଁ ଟିକେ,
ଗର୍ବ ଅଭିମାନ।
ଆଜି ପ୍ରଭାତରୁ କିନ୍ତୁ,
ସମସ୍ତ ପଟ୍ଟ ପରିବର୍ତ୍ତନ।
ସର୍ବଶ୍ରେଷ୍ଠ ଧାର୍ମିକ ମାନବ,
ଛାଗଳ କୁକୁଟ ବଧି, ସାଜିଛି ଦାନବ।
ପଶୁ ମାଂସ ଭକ୍ଷିବାକୁ, ରହିଥିଲା ଟାକି,
ଦିନ ଗଣୁଥିଲା ଖାଲି,
ଛାଡଖାଇ ଆଉ କେତେ ଦିନ ବାକି।
ଜୀବ ମାରି, ସେ ଜୀବକୁ,
କରିଲେ ଭକ୍ଷଣ,
ଈଶ୍ବରଙ୍କ ପାଶେ ଦେଇ,
ପଶୁ ବଳିଦାନ,
ମୁର୍ଖ ମନୁଷ୍ୟ ଭାବୁଛି,
ଅର୍ଜୁଅଛି ପୂଣ୍ୟ।
ଧନ୍ୟ ତୋର ମନ,
ହେ ବିଚିତ୍ର ମନୁଷ୍ୟ,
ଧନ୍ୟ ତୋର ମନ!

ପ୍ରଦୀପ୍ତ ଆଚାର୍ଯ୍ୟ, ଅନିସାର୍
ଇଶାଣୀବ୍ରହ୍ମପୁର,କଟକ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ମୁକ୍ତ ହେବେ ୨ ହଜାର ପାଲେଷ୍ଟାଇନ , ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା

ମୁକ୍ତ ହେବେ ୨ ହଜାର ପାଲେଷ୍ଟାଇନ , ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା

ନୂଆଦିଲ୍ଲୀ : ଗାଜାରେ ଯୁଦ୍ଧବିରତି ଚୁକ୍ତିକୁ ଇସ୍ରାଏଲ କ୍ୟାବିନେଟର ମଞ୍ଜୁରୀ । ବନ୍ଦୀ ହୋଇ ରହିଥିବା ସମସ୍ତ ବ୍ୟକ୍ତିଙ୍କୁ ମୁକ୍ତ କରିବାକୁ ଅନୁମୋଦନ । ୭୨ ଘଣ୍ଟା...

ଆସନ୍ତା କାଲିଠାରୁ ରାଜ୍ୟରେ ବର୍ଷା ସମ୍ଭାବନା; ପାଣିପାଗ ବିଭାଗ

ପୁଣି ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ , ୧୨ ଯାଏଁ ବର୍ଷା ଜାରି

ଭୁବନେଶ୍ୱର : ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ । ଆଜି ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା । ସୃଷ୍ଟ ଘୂର୍ଣ୍ଣିବଳୟ ବିଶେଷ...

ADVERTISEMENT
ପାକିସ୍ତାନରେ ଇଣ୍ଟରନେଟ ବନ୍ଦ ; ଟିଏଲପି ବିକ୍ଷୋଭ ନେଇ ବନ୍ଦ

ପାକିସ୍ତାନରେ ଇଣ୍ଟରନେଟ ବନ୍ଦ ; ଟିଏଲପି ବିକ୍ଷୋଭ ନେଇ ବନ୍ଦ

ଇସଲାମବାଦ : ପାକିସ୍ତାନରେ 3G/4G ଇଣ୍ଟରନେଟ ସେବା ବନ୍ଦ । ଇସଲାମବାଦ ଓ ରାୱଲପିଣ୍ଡିରେ ଇଣ୍ଟରନେଟ ବନ୍ଦ । ପାକିସ୍ତାନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି...

ସମୁଦ୍ରରେ ବୁଡିଲା ମାଛଧରା ବୋଟ, ପହଁରି ପହଁରି କୂଳକୁ ଆସିଲେ ମତ୍ସ୍ୟଜୀବୀ

ସମୁଦ୍ରରେ ବୁଡିଲା ମାଛଧରା ବୋଟ, ପହଁରି ପହଁରି କୂଳକୁ ଆସିଲେ ମତ୍ସ୍ୟଜୀବୀ

ପଟ୍ଟାମୁଣ୍ଡାଇ : ସମୁଦ୍ରରେ ବୁଡିଲା ମାଛଧରା ବୋଟ । ସାତଭାୟା ନିକଟ ସମୁଦ୍ରରେ ବୋଟରେ ପାଣି ପଶିବାରୁ ବୁଡିଗଲା । ପହଁରି ପହଁରି କୂଳକୁ ଆସିଲେ ୮...

Login