ଭଦ୍ରକ : ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ । ୧୬ ନମ୍ବର ଜାତୀୟ ରାଜପଥ ନଳାଙ୍ଗ ଛକ ନିକଟରେ ଘଙ୍କିଛି ଏହି ଦୁର୍ଘଟଣା । ମୃତ ଦୁଇ ଯୁବକ ହେଲେ ଢେଙ୍କାନାଳ ଜିଲ୍ଲାର ପର୍ବତୀଆ ଗାଁର ବିଶ୍ବଜିତ ରାଉତ ଓ ଆଠଗଡ଼ ବାସୁଦେବ ପୁର ଗାଁ ସାନୁ ସ୍ୱାଇଁ। ଉଭୟ ଧାନ କଟା ମେସିନର ଡ୍ରାଇଭର ଭାବେ କାର୍ୟ୍ୟ କରନ୍ତି। ସୂଚନା ଅନୁଯାୟୀ ଆଜି ସକାଳୁ ସେମାନେ ୧୬ ନମ୍ବର ଜାତୀୟ ରାଜପଥରେ ମୋଟର ସାଇକେଲ ଯୋଗେ ଜଳେଶ୍ଵରରୁ ବାହାରି ନିଜ ଗାଁ ଅଭିମୁଖେ ଯାଉଥିଲା ବେଳେ ଏକ ଅଜଣା ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସମ୍ପର୍କରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପାଇବା ପରେ ଦୁର୍ଘଟଣା ଘଟାଇଥିବା ଗାଡି ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି।
Views: 71