ନୂଆଦିଲ୍ଲୀ : ଅନେକ ବିବାଦ ସତ୍ତ୍ୱେ ‘ଦ କେରଳ ଷ୍ଟୋରୀ’ର ଆୟ ଦିନକୁ ଦିନ ବୃଦ୍ଧି ପାଉଛି। ରିପୋର୍ଟ ଦେଖିଲେ, ଏହି ଫିଲ୍ମ ବହୁତ ଜଲ୍ଦି ୨୦୦ କୋଟି କ୍ଲବରେ ପ୍ରବେଶ କରିପାରେ। ଏହାରି ଭିତରେ ଫିଲ୍ମରେ ଜଣେ ମୁସଲମାନ ଝିଅର ଭୂମିକା ନିଭାଇଥିବା ଅଭିନେତ୍ରୀ ସୋନିଆ ବଲାନି ଏକ ବଡ଼ ଖୁଲାସା କରିଛନ୍ତି। ଦ କେରଳ ଷ୍ଟୋରୀରେ ସୋନିଆ ବଲାନି ‘ଆସିଫା’ ଚରିତ୍ରରେ ଅଭିନୟ କରିଛନ୍ତି। ସୋନିଆ ମୂଳତଃ ଉତ୍ତର ପ୍ରଦେଶ ଆଗ୍ରାର ନିବାସୀ। ଏଠାରେ ସେ ନିଜ ବାପା ରମେଶ ବଲାନି ଏବଂ ପରିବାର ସହ ମିଶି ମିଡିଆକୁ ସାକ୍ଷାତକାର ଦେଉଥିବା ବେଳେ ଅନେକ କଥା ଖୁଲାସା କରିଥିଲେ। ଅଭିନେତ୍ରୀଙ୍କ କହିବା ହେଲା, ଫିଲ୍ମରେ ସେ ଖଳନାୟିକା ଭୂମିକାରେ ଅଭିନୟ କରିଛନ୍ତି। ସେ ଏମିତି ଜଣେ ମୁସଲମାନ ଝିଅ ଭୂମିକାରେ ଅଭିନୟ କରିଛନ୍ତି, ଯିଏ କି, ସମସ୍ତ ହିନ୍ଦୁ ଝିଅଙ୍କ ବ୍ରେନ୍ଓ୍ଵାଶ୍ କରି ସେମାନଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ କହୁଛନ୍ତି। ଏବେ ସୋନିଆ ବାଲାନି କହିଛନ୍ତି ଯେ ଏହି କାରଣରୁ ଲୋକମାନେ ତାଙ୍କୁ ବହୁତ ଖରାପ କମେଣ୍ଟ୍ ଦେଉଛନ୍ତି। ସୋନିଆ ବାଲାନି କହିଛନ୍ତି ଯେ ଫିଲ୍ମରେ ଏହି ଚରିତ୍ର ଯୋଗୁ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଅଭିନେତ୍ରୀଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ ମିଳୁଛି। ଏପରି କି, ସୋସିଆଲ ମିଡିଆରେ ଅନେକ ଲୋକ ଅଭିନେତ୍ରୀଙ୍କୁ ମେସେଜ କରି ହତ୍ୟା କରିବାକୁ ଧମକ ଦେଉଛନ୍ତି।
‘ଦ କେରଳ ଷ୍ଟୋରୀ’ ଅଭିନେତ୍ରୀଙ୍କୁ ମିଳୁଛି ହତ୍ୟା ଧମକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











