କଟକ : ଧବଳେଶ୍ୱର ମନ୍ଦିର ମୁଖ୍ୟ ଦ୍ୱାର କବାଟ ଭାଙ୍ଗିଲେ ଶ୍ରଦ୍ଧାଳୁ । କାଲିଠୁ ଦର୍ଶନରୁ ବଞ୍ଚିଚ ହୋଇଥିଲେ ଶ୍ରଦ୍ଧାଳୁ , ଆଜି ଦ୍ୱାର ଭାଙ୍ଗି ଦର୍ଶନ କଲେ । ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଆସିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ବଡ ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ବଡ ଓଷାରେ ଅସମ୍ଭାଳ ଭିଡ ଧବଳେଶ୍ୱର ପୀଠ । ପୂଜକଙ୍କ ପ୍ରତିବାଦକୁ ମାନିଲେନି । ପ୍ରଶାସନ-ପୂଜକ ଆଲୋଚନା ବିଫଳ ହେବା ସତ୍ତ୍ୱେ ଚାଲିଛି ଦର୍ଶନ । ବ୍ୟାରିକେଡରେ ଉତ୍ତର ପଟକୁ କରିବା ପାଇଁ ପୂଜକ ସମାଜ ଜିଦ୍ ଧରିଥିବା ବେଳେ ପ୍ରଶାସନ କିନ୍ତୁ ବ୍ୟାରିକେଡ୍ରେ କୌଣସି ପରିବର୍ତନ କରିବା ସପକ୍ଷରେ ନାହିଁ । ଫଳରେ ଏହି ବୈଠକ ବିଫଳ ହୋଇଥିଲା ।
Views: 79