ନୂଆଦିଲ୍ଲୀ : ତାମିଲନାଡୁ, କର୍ଣ୍ଣାଟକ, ମେଘାଳୟଓ ଗୁଜୁରାଟରେ ମୃଦୁ ଭୂକମ୍ପ । ୪ଟି ରାଜ୍ୟରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪ ରୁ କମ୍ ରହିଛି। କୌଣସି ସ୍ଥାନରେ କ୍ଷୟକ୍ଷତି ନେଇ ରିପୋର୍ଟ ନାହିଁ। ଗୁଜରାଟ କଛରେ ୩.୯ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ସେହିଭଳି ମେଘାଳୟରେ ୩.୮ ତୀବ୍ରତାର ଝଟକା ଅନୁଭୂତ ହୋଇଛି। ତାମିଲନାଡ଼ୁରେ ୩.୨ ଏବଂ କର୍ଣ୍ଣାଟକରେ ୩.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। କର୍ଣ୍ଣାଟକ ବିଜୟପୁରାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।
Views: 103











