The Ultimate Managed Hosting Platform
ADVERTISEMENT

ଦୋମୁହାଁ ନୀତି ଚଳିବନି, ଯିଏ ଚାହୁଁଛ ବିଜେପି ପଳାଅ : ମୁନ୍ନା ଖାନ । ନବୀନ ନିବାସରେ ଫେରାଦ ହେଲେ ମୁନ୍ନା

Facebook
Twitter
LinkedIn

ଭୁବନେଶ୍ୱର : ସସ୍ମିତ ପାତ୍ରଙ୍କୁ କଡା ସମାଲୋଚନା କଲେ ସାଂସଦ ମୁନ୍ନା ଖାନ । ସେ କାହିଁକି ଏମିତି କଲେ ଆମକୁ କହି ନାହାନ୍ତି । ମୋର ବିଶ୍ୱାସ ନବୀନ ବାବୁ ତାଙ୍କୁ କହି ନ ଥିବେ । ଦଳରେ ଦୋ ମୁହାଁ ନୀତି ଚଳିବ ନାହିଁ ବୋଲି କହିଲେ । ଯାହାର ଯିବାର ଅଛି ବିଜେପିକୁ ପଳାନ୍ତୁ , ଦୋମୁହାଁ ନୀତି ଚଳିବନି । ମୁଁ ସିଧା ଯାଇ ଦଳର ସଭାପତି ନବୀନ ବାବୁଙ୍କୁ ସବୁ ଜଣାଇବି । ସଂସଦୀୟ ବୋର୍ଡ ବୈଠକରେ ବିଲକୁ ବିରୋଧ ନିଷ୍ପତ୍ତି ହୋଇଥିଲା । ବିଲ ବିରୋଧରେ ଭୋଟ ପାଇଁ ନବୀନ ବାବୁ ସ୍ପଷ୍ଟ ଭାବେ କହିଥିଲେ । ଇଫତାର ପାର୍ଟିରେ ବି ନବୀନ ବାବୁ ଏ ନେଇ ସ୍ପଷ୍ଟ କରିଥିଲେ । ସସ୍ମିତ କାହିଁକି ଟ୍ୱିଟ କରି ବିବେକାନୁମୋଦିତ ଭୋଟ ପାଇଁ କହିଲେ ଜାଣିନି । ମୁଁ ତାଙ୍କୁ ଫୋନ କରି ପଚାରିବାକୁ ଚାହିଁଛି , ଫୋନ ଉଠାଇଲେନି । ସସ୍ମିତ ପାତ୍ରଙ୍କ କାର୍ଯ୍ୟ ସଂଖ୍ୟାଲଘୁ ଭାଇ ମାନଙ୍କୁ କଷ୍ଟ ଦେଇଛି । ବିଜେଡି ଧର୍ମ ନିରପେକ୍ଷ ଦଳ , ସଂଖ୍ୟାଲଘୁଙ୍କ ସହ ଦଳ ରହିଛି ।
ସେପଟେ ନବୀନ ନିବାସରେ ପହଁଚିଲେ କ୍ଷୁବ୍ଧ ସାଂସଦ ମୁନ୍ନା ଖାନ । ବିମାନବନ୍ଦରରୁ ବାହାରି ସିଧା ନବୀନ ନିବାସ ଗଲେ । ବିମାନ ବନ୍ଦରରେ ରୋଷ ଝାଡିବା ପରେ ନବୀନ ନିବାସ ଗଲେ । ସସ୍ମିତ ପାତ୍ରଙ୍କ ଭୂମିକାକୁ ନେଇ ଫେରାଦ ହେବାକୁ ପହଁଚିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login