ଭଞ୍ଜନଗର : ଦୋକାନ ବାରଣ୍ଡାରୁ ଜଣେ ବିଧବା ମହିଳା ଝୁଲନ୍ତା ମୃତଦେହ ଉଦ୍ଧାର । ମୁଖ୍ୟ ରାସ୍ତାକଡରେ ଥିବା ଏକ ଦୋକାନ ବାରଣ୍ଡାରୁ ଜଣେ ବିଧବା ମହିଳା ଝୁଲନ୍ତା ମୃତଦେହ ଉଦ୍ଧାର ଗଂଜାମ ଜିଲ୍ଲା ବେଲଗୁଣ୍ଠା ସହରର ମୁଖ୍ୟ ରାସ୍ତା ବଜାର ନିକଟରେ ଘଟିଛି ଏଭଳି ଘଟଣା । ମୃତ ମହିଳା ଜଣକ ତାରାସିଙ୍ଗି ଥାନା ଅନ୍ତର୍ଗତ ଗେରେଡା ଗାଁର ବିବାସିନୀ ବେହେରା । ଶନିବାର ରାତିରେ ବେଲଗୁଣ୍ଠାକୁ ପଞ୍ଚୁଦଣ୍ଡ ଯାତ୍ରା ଦେଖିବାକୁ ଆସିଥିଲେ । ସକାଳୁ ତାଙ୍କର ମୃତଦେହ ଦୋକାନ ବାରଣ୍ଡାରେ ଝୁଲି ରହିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ଏନେଇ ସୂଚନା ମିଳିବାପରେ ବେଲଗୁଣ୍ଠା ଥାନା ପୋଲିସ୍ ଘଟଣାସ୍ଥରେ ପହଁଚି ମୃତଦେହକୁ ଉଦ୍ଧାର କରିଥିଲା । ପରେ ତାଙ୍କ ପରିଚୟ ଜଣା ପଡ଼ିବା ପରେ ପରିବାର ଲୋକେ ପହଞ୍ଚିଥିଲେ । ମୃତଦେହକୁ ଜବତ କରିବାପରେ ବ୍ୟବଛେଦ ପାଇଁ ଭଞ୍ଜନଗର ପଠାଇଥିଲା ପୋଲିସ୍ ।
Views: 86