ଭୁବନେଶ୍ୱର : ଆରମ୍ଭ ହୋଇଥିବା ୨ ହଜାର ଟଙ୍କିଆ ନୋଟ ବଦଳ ନେଇ ସୂଚନା । ଏସବିଆଇ ଭୁବନେଶ୍ୱର ମଣ୍ଡଳ ସିଜିଏମ ଚନ୍ଦ୍ରଶେଖର ଶର୍ମାଙ୍କ ସୂଚନା । ଓଙ୍ଗିଶାରେ ୮୯୦ ଏସବିଆଇ ଶାଖାରେ ନୋଟ ବଦଳର ବ୍ୟବସ୍ଥା ହୋଇଛି । ନୋଟ ବଦଳାଇବା ପାଇଁ ଆମ ପାଖରେ ୧୨ ହଜାର କୋଟି ରହିଛି । ଅଧିକ ଦରକାର ବଡିଲେ ଘଣ୍ଟାକ ଭିତରେ ଆରବିଆଇ ଦେବାକୁ କହିଛି । କେହି ନୋଟ ବଦଳ ପାଇଁ କେହି ବ୍ୟସ୍ତ ହେବାର ଦରକାର ନାହିଁ । ଥରକେ ୨୦ ହଜାର , ଫାଙ୍କା ଥିଲେ ଦିନକୁ ଏକାଧିକ ଥର ବଦଳାଇ ହେବ । ନୋଟ ବଦଳ ପାଇଁ କୈାଣସି ଆଇଡି ପ୍ରମାଣ ଦେବାକୁ ପଡିବ ନାହିଁ ।
ଏକାଥରେ ୧୦ ଖଣ୍ଡ ଦୁଇ ହଜାର ଟଙ୍କିଆ ବା ୨୦ ହଜାର ଟଙ୍କା ପର୍ୟ୍ୟନ୍ତ ବଦଳାଯାଇପାରିବ। କୌଣସି ବ୍ୟକ୍ତିଙ୍କର ବ୍ୟାଙ୍କରେ ଆକାଉଣ୍ଟ ନଥିଲେ ବି ସେ ତାଙ୍କ ନୋଟ୍କୁ ବଦଳାଇ ପାରିବେ। ନିଜ ବ୍ୟାଙ୍କ ଜମା ଖାତାରେ ଯେ କୌଣସି ପରିମାଣର ନୋଟ୍ ଜମା କରିହେବ। ବର୍ତ୍ତମାନ ନିୟମ ରହିଛି ୫୦ ହଜାରରୁ ଅଧିକ ଟଙ୍କା ଜମା କଲେ, ପ୍ୟାନ୍ ନମ୍ବର ଦେବାକୁ ପଡିବ। ସେହି ନିୟମ ୨ ହଜାର ଟଙ୍କିଆ ନୋଟ୍ କ୍ଷେତ୍ରରେ ଲାଗୁ ହେବ।
ଦୈନିକ ଏକାଧିକ ଥର ବଦଳାଇ ହେବ ୨ ହଜାର ଟଙ୍କିଆ ନୋଟ: ଏସବିଆଇ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ
ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...
ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ
ନୂଆପଡା : ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ । ନୂଆପଡ଼ା ନାରାୟଣ ଡୋଙ୍ଗରୀ ସଂରକ୍ଷିତ ଜଙ୍ଗଲରୁ ଠାବ ହୋଇଛି ମାଓ କ୍ୟାମ୍ପ । ଯବାନଙ୍କୁ ଟାର୍ଗେଟ କରି...
୧୪ ଦେଶକୁ ଟ୍ରମ୍ପଙ୍କ ଟାରିଫ ମାଡ
ନୂଆଦିଲ୍ଲୀ : ୧୪ ଟି ଦେଶ ଉପରେ ନୂଆ ଟାରିଫ ପ୍ଲାନ ଘୋଷଣା । ଅଗଷ୍ଟ ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ ।େ୧୪ ଦେଶକୁ...
ପୁଣି ମନମୋହନ ହେଲେ ରାଜ୍ୟ ବିଜେପି ସଭାପତି
ଭୁବନେଶ୍ୱର : ସର୍ବ ସହମତିରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହେଲେ ମନମୋହନ । ବିଜେପି ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁ ଘୋଷଣା । ବିଧିବଦ୍ଧ ଭାବେ ଘୋଷଣା...