ଭୁବନେଶ୍ୱର : ଆରମ୍ଭ ହୋଇଥିବା ୨ ହଜାର ଟଙ୍କିଆ ନୋଟ ବଦଳ ନେଇ ସୂଚନା । ଏସବିଆଇ ଭୁବନେଶ୍ୱର ମଣ୍ଡଳ ସିଜିଏମ ଚନ୍ଦ୍ରଶେଖର ଶର୍ମାଙ୍କ ସୂଚନା । ଓଙ୍ଗିଶାରେ ୮୯୦ ଏସବିଆଇ ଶାଖାରେ ନୋଟ ବଦଳର ବ୍ୟବସ୍ଥା ହୋଇଛି । ନୋଟ ବଦଳାଇବା ପାଇଁ ଆମ ପାଖରେ ୧୨ ହଜାର କୋଟି ରହିଛି । ଅଧିକ ଦରକାର ବଡିଲେ ଘଣ୍ଟାକ ଭିତରେ ଆରବିଆଇ ଦେବାକୁ କହିଛି । କେହି ନୋଟ ବଦଳ ପାଇଁ କେହି ବ୍ୟସ୍ତ ହେବାର ଦରକାର ନାହିଁ । ଥରକେ ୨୦ ହଜାର , ଫାଙ୍କା ଥିଲେ ଦିନକୁ ଏକାଧିକ ଥର ବଦଳାଇ ହେବ । ନୋଟ ବଦଳ ପାଇଁ କୈାଣସି ଆଇଡି ପ୍ରମାଣ ଦେବାକୁ ପଡିବ ନାହିଁ ।
ଏକାଥରେ ୧୦ ଖଣ୍ଡ ଦୁଇ ହଜାର ଟଙ୍କିଆ ବା ୨୦ ହଜାର ଟଙ୍କା ପର୍ୟ୍ୟନ୍ତ ବଦଳାଯାଇପାରିବ। କୌଣସି ବ୍ୟକ୍ତିଙ୍କର ବ୍ୟାଙ୍କରେ ଆକାଉଣ୍ଟ ନଥିଲେ ବି ସେ ତାଙ୍କ ନୋଟ୍କୁ ବଦଳାଇ ପାରିବେ। ନିଜ ବ୍ୟାଙ୍କ ଜମା ଖାତାରେ ଯେ କୌଣସି ପରିମାଣର ନୋଟ୍ ଜମା କରିହେବ। ବର୍ତ୍ତମାନ ନିୟମ ରହିଛି ୫୦ ହଜାରରୁ ଅଧିକ ଟଙ୍କା ଜମା କଲେ, ପ୍ୟାନ୍ ନମ୍ବର ଦେବାକୁ ପଡିବ। ସେହି ନିୟମ ୨ ହଜାର ଟଙ୍କିଆ ନୋଟ୍ କ୍ଷେତ୍ରରେ ଲାଗୁ ହେବ।
ଦୈନିକ ଏକାଧିକ ଥର ବଦଳାଇ ହେବ ୨ ହଜାର ଟଙ୍କିଆ ନୋଟ: ଏସବିଆଇ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











