
ପଦ୍ମପୁର : ପାନ ଦୋକାନରେ ଅଗ୍ନିକାଣ୍ଡ। ଏପରି ଅଘଟଣ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଦହିତା ଗ୍ରାମରେ । ନିରଞ୍ଜନ ବିଶ୍ଵାଳ(୩୫)ଙ୍କ ପାନ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଦୋକାନ ଭିତରେ ଥିବା ପ୍ରାୟ ଦେଢ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସୂଚନା ଅନୁଯାୟୀ , ପଦ୍ମପୁର ବ୍ଲକ ଅନ୍ତର୍ଗତ ଦହିତା ଗାଁର ନିରଞ୍ଜନ ବିଶ୍ଵାଳଙ୍କ ପାନ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ନିରଞ୍ଜନଙ୍କ ପୁଅ ହାତରୁ ହଠାତ୍ ପେଟ୍ରୋଲ୍ ଡବା ପଡି ଫ୍ରିଜର ତଳକୁ ପଶି ଯାଇଥିଲା। ଯାହା ଫଳରେ ବିଦ୍ୟୁତ୍ ସଟ ସର୍କିଟ୍ ହୋଇ ଅଗ୍ନିକାଣ୍ଡ ହୋଇଥିଲା। ଦୋକାନଟି ସମ୍ପୂର୍ଣ୍ଣ ଜଳିପୋଡି ଛାରଖାର ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ଦେଢ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡିଜଳି ନଷ୍ଟ ହୋଇଯାଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
Views: 260