ଧର୍ମଗଡ ; ଦେଶୀ ମଦ ଭାଟିରୁ ୭ ଲକ୍ଷ ଲୁଟି ନେଲେ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହର ଭୀମ ଖୋଜପଡାରେ ଘଟିଛି ଘଟଣା । ଦେଶୀ ମଦ ଭାଟିରୁ ଲୁଟ ଘଟଣାରେ ଦୁଇ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି । ବିଳମ୍ବିତ ରାତ୍ରିରେ ଧର୍ମଗଡ଼ ସହର ଭୀମ ଖୋଜପଡ଼ାରେ ଥିବା ଦେଶୀ ମଦ ଭାଟି ସଶସ୍ତ୍ର ଡକାୟତି ହୋଇଛି। ୧୦ରୁ ଅଧିକ ଡକାୟତ ଆସିଥିବା ସୂଚନା ମିଳିଛି। ସେମାନେ ଭାଟି କର୍ମଚାରୀମାନଙ୍କୁ ପିସ୍ତଲ ଦେଖାଇ ପ୍ରାୟ ୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟ ନେଇଥିବା କୁହାଯାଉଛି। ଘଟଣାସ୍ଥଳରୁ ଏକ ଦେଶୀ ପିସ୍ତଲ ସମେତ ମାରଣାସ୍ତ୍ର ଜବତ କରାଯାଇଛି। ଘଟଣାସ୍ଥଳରେ ପୁଲିସ୍ ଏସପିଙ୍କ ସହ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରୁଛନ୍ତି ।
Views: 42