The Ultimate Managed Hosting Platform
ADVERTISEMENT

ଦେଶରେ ୪ ହଜାର ମୁହାଁ କରୋନା କେସ, ରଥଯାତ୍ରାକୁ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗର ବଢିଲା ଚିନ୍ତା

Facebook
Twitter
LinkedIn

ଭୁବନେଶ୍ୱର : ଦେଶରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଏବେ ୩ହଜାର ୯୬୧ ରହିଛି କରୋନା ଆକ୍ସିଭ କେସ । ରାଜ୍ୟରେ ବି ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ଆଗକୁ ରଥଯାତ୍ରା ଥିବାରୁ ଭିଡ଼କୁ ଦୃଷ୍ଟିରେ ରଖି ବଢ଼ିଲା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା । ରଥଯାତ୍ରା ପାଇଁ ଆଜି କିମ୍ବା ଆସନ୍ତାକାଲି ହେବ ସମୀକ୍ଷା ବୈଠକ । ଏହାପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ।ଏହାସହ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ଆହ୍ୱାନ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଷ୍ଟାଣ୍ଡାର୍ଡ ପ୍ରୋଟୋକୋଲ ମାନିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । ଲୋକଙ୍କୁ ଗହଳିକୁ ନ ଯିବାକୁ ପରାମର୍ଶ ଦେବା ସହ ହାତ ଧୋଇବା ସହ ଗ୍ଲୋବସ ପିନ୍ଧିବା ଓ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।  

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login