ନୂଆଦିଲ୍ଲୀ : ଗତ ୯ ମାସରେ ଦେଶରେ ୧୪୬ ଟି ବାଘଙ୍କ ମୃତ୍ୟୁ । ବାଘ ମୃତ୍ୟୁ ନେଇ ଏନଟିସିଏର ଉଦବେଗଜନକ ତଥ୍ୟ । ଜାତୀୟ ବ୍ୟାଘ୍ର ସରଂକ୍ଷଣ କର୍ତ୍ତୁପକ୍ଷ ପକ୍ଷରୁ ଏ ନେଇ ସୂଚନା ମିଳୁଛି । ଜାନୁଆରୀରୁ ସେପ୍ଟେମ୍ବର ୨୮ ମଧ୍ୟରେ ୧୪୬ ବାଘଙ୍କ ମୃତୁ୍ୟ । ଗତ ୧୧ ବର୍ଷ ମଧ୍ୟରେ ସର୍ବାଧିକ ବାଘ ମୃତ୍ୟୁ ହୋଇଛି । ୨୦୧୨ ପରେ ଦେଶରେ ସବୁଠୁ ଅଧିକ ବାଘ ମୃତ୍ୟୁ ।
ଚଳିତ ବର୍ଷ ସବୁଠାରୁ ଅଧିକ ବାଘ ମୃତ୍ୟୁ ସଂଖ୍ୟା (୩୪) ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଛି । ସେହିପରି ମହାରାଷ୍ଟ୍ରରେ ୩୨ଟି ବାଘଙ୍କର ମୃତ୍ୟୁ ହୋଇଛି । ୧୪୬ଟି ବାଘ ମୃତ୍ୟୁ ମଧ୍ୟରେ ୨୪ଟି ବାଘ ଛୁଆଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବାଘ ସଂଖ୍ୟା କମ ହେବାରେ ଏହା ସିଧାସଳଖ ପ୍ରଭାବ ପକାଉଛି । ନିକଟରେ ୧୭ଟି ବାଘଙ୍କ ମୃତ୍ୟୁ ଉତ୍ତରାଖଣ୍ଡରେ ହୋଇଥିଲା । ଆସାମରୁ ୧୧, କର୍ଣ୍ଣାଟକରୁ ୯ ଏବଂ ରାଜସ୍ଥାନରେ ୫ଟି ବାଘଙ୍କ ମୃତ୍ୟୁ ହୋଇଛି । ଏହା ବ୍ୟତୀତ ବିଭିନ୍ନ ବାଘ ସଂରକ୍ଷଣରେ ମୋଟ ୭୦ଟି ବାଘଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
Views: 105