ନୂଆଦିଲ୍ଲୀ : ଭାରତରେ ମାଡିଚାଲିଛି ଚାଇନା ଭାଇରସ । ଦେଶରେ ଆଉ ୨ ସଂକ୍ରମିତ ଚିହ୍ନଟ । କର୍ଣ୍ଣାଟକ ପରେ ମହାରାଷ୍ଟ୍ର ନାଗପୁରରୁ ୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୭ ବର୍ଷ ଓ ୧୩ ବର୍ଷ ବୟସର ୨ ଶିଶୁ ଐଗଚଠ ଆକ୍ରାନ୍ତ ରହିଛନ୍ତି । ବେଙ୍ଗାଳୁରୁରୁ ଚିହ୍ନଟ ହୋଇଥିଲା ପ୍ରଥମ ଓ ଦ୍ବିତୀୟ HMPV ଆକ୍ରାନ୍ତ । ଆଉ ୨ ଆକ୍ରାନ୍ତଙ୍କୁ ମିଶାଇ ଏପର୍ୟ୍ୟନ୍ତ ୮ ଜଣ ଚିହ୍ନଟ ହେଲେଣି । ନାଗପୁରର ଏକ ହସପିଟାଲରେ ଦୁଇ ପିଲାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଟେଷ୍ଟ ପରେ ୭ ବର୍ଷ ଏବଂ ୧୩ ବର୍ଷର ପିଲା ରିପୋର୍ଟ ପଜିଟିଭି ଆସିଥିଲା । ଦୁହେଁ କାଶ ଏବଂ ଜ୍ବରରେ ପୀଡିତ ଥିଲେ । ଗତକାଲି ଗୋଟିଏ ଦିନରେ ଦେଶରେ ୬ଶିଶୁ ପଜିଟିଭି ଚିହ୍ନଟ ହୋଇଥିଲେ । ସୋମବାର ବେଙ୍ଗାଳୁରୁରେ ୨ ଶିଶୁ, ଚେନ୍ନାଇରେ ୨ ଏବଂ ଅହମ୍ମଦାବାଦରେ ଜଣେ ୨ ମାସର ଶିଶୁ HMPV ରେ ଆକ୍ରାନ୍ତ ହୋଇଛଥିବା ଖବର ସାମ୍ନାକୁ ଆସିଥିଲା । ମହାରାଷ୍ଟ୍ର ସରକାର HMPV ଭାଇରସକୁ ନେଇ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ସତର୍କ ରହିବାକୁ କୁହାଯାଇଛି । କେନ୍ଦ୍ର ସରକାରଙ୍କ କହିବା ମୁତାବକ, ଏହି ଭାଇରସ ସଂକ୍ରମଣ କୋଭିଡ-୧୯ ଭଳି ସ୍ଥିତି ଆସିବ ନାହିଁ ।
ଦେଶରେ ବଢୁଛି ଏଚଏମପିଭି ସଂକ୍ରମଣ, ମହାରାଷ୍ଟ୍ର ନାଗପୁରରେ ପୁଣି ୨ ସଂକ୍ରମଣ ଚିହ୍ନଟ

Facebook
Twitter
LinkedIn
Facebook
Twitter
LinkedIn
Recent News
ଯାତ୍ରୀବାହୀ ବସରେ ଲାଗିଲା ନିଆଁ
ରାଜସ୍ଥାନ : ଯାତ୍ରୀବାହୀ ବସରେ ଲାଗିଲା ନିଆଁ । ବସରେ ୫୭ ଜଣ ଯାତ୍ରୀ ରହିଥିଲେ । ଏମାନଙ୍କ ମଧ୍ୟରୁ ୧୦-୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା...
ନୂଆପଡା ଉପନିର୍ବାଚନ ; କିଏ ହେବେ ବିଜେଡିରୁ ପ୍ରାର୍ଥୀ ?
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ବିଜେଡିରୁ ପ୍ରାର୍ଥୀ କିଏ ହେବେ ତାକୁ ନେଇ ଚର୍ଚ୍ଚା । ୪ରୁ ୫ ଜଣଙ୍କ ନାଁ ତାଲିକାଭୁକ୍ତ ହୋଇଥିବା ବେଳେ...
ସିରିଜ ପୋଛିନେଲା ଭାରତ , ୭ ୱିକେଟରେ ୱେଷ୍ଟିଣ୍ଡିଜକୁ ହରାଇଲା
ନୂଆଦିଲ୍ଲୀ : ୭ ୱିକେଟରେ ଭାରତ ଜିତି ୨-୦ ସିରିଜ କବଜା କରିଛି । ୱେଷ୍ଟଇଣ୍ଡିଜ ଦ୍ବିତୀୟ ଇନିଂସରେ ୩୯୦ ରନ୍ କରି ଭାରତକୁ ୧୨୧ ରନର...
କୋଲ୍ଡରିଫ ସମେତ ଏ ସମସ୍ତ ସିରପକୁ ବିଷାକ୍ତ କହିଲା “ହୁ”
ନୂଆଦିଲ୍ଲୀ : କୋଲ୍ଡରିଫ୍ ସମେତ ରେସପିଫ୍ରେସ୍ ଟିଆର ଓ ରିଲିଫ୍ ସିରପକୁ ବିଷାକ୍ତ କହିଲା ହୁ । ଏହି ୩ କଫ୍ ସିରପରେ ଡାଇଏଥିଲିନ୍ ଗ୍ଲାଇକୋଲ ଓ...