ନୂଆଦିଲ୍ଲୀ : ଦେଶରେ କାୟା ମେଲାଉଛି କରୋନା । ଦିନକୁ ଦିନ ବଢୁଛି ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା । ଦେଶରେ ଗତ ୨୪ଘଣ୍ଟାରେ ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ଟି ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଦିନକରେ ୧୨ହଜାର ୫୯୧ କରୋନା ପଜିଟିଭ ଚିହ୍ନଟ ହୋଇଛି । ସେପଟେ ଦିନକରେ ସୁସ୍ଥ ହୋଇଛନ୍ତି ୧୦ ହଜାର ୮୨୭ ଆକ୍ରାନ୍ତ । ଏବେ ସୁଦ୍ଧା ମୋଟ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୬୫ ହଜାର ୨୮୬କୁ ବୃଦ୍ଧି ପାଇଛି ।
Views: 99











