ନୂଆଦିଲ୍ଲୀ : ଭାରତର ପ୍ରଥମ ରାପିଡ ଏକ୍ସ “ଟ୍ରେନ ନମୋ” ଭାରତର ଉଦଘାଟନ । ଉତ୍ତରପ୍ରଦେଶ ସାହିବା ବାଦରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଥମ ପର୍ଯ୍ୟାୟରେ ସାହିବାବାଦରୁ ଦୁହାଇ ଡିପୋ ଗଡିବ ଟ୍ରେନ । ଘଣ୍ଟାକୁ ୧୬୦ କିମି ଓ ସର୍ବାଧିକ ୧୮୦ କିମି ବେଗରେ ଯାଇପାରିବ । ଦେଶରେ ଆଞ୍ଚଳିକ ଯୋଗାଯୋଗକୁ ଆହୁରି ମଜବୁତ କରିବା ପାଇଁ ଏହି ନୂତନ ଟ୍ରେନର ବ୍ୟବସ୍ଥା କରାଯାଇଛି । ଆରଆରଟିଏସ୍ ବା ରାପିଡ୍ ଟ୍ରାଂଜିଟ୍ ସିଷ୍ଟମ୍ ଏକ ନୂତନ ରେଳ ବ୍ୟବସ୍ଥା । ଏହା ସେମି-ହାଇସ୍ପିଡ୍ ଓ ହାଇ ଫ୍ରିକ୍ୱେନ୍ସି ଯୁକ୍ତ ଏକ କମ୍ୟୁଟର ଟ୍ରାଞ୍ଜିଟ୍ ପ୍ରଣାଳୀ । ଦିଲ୍ଲୀ- ଗାଜିଆବାଦ-ମିରଟ ୮୨ କିଲୋମିଟର ଲମ୍ବା କରିଡରକୁ ୧ଘଣ୍ଟାରୁ କମ୍ ସମୟରେ ପୁରା କରିବ ନମୋ ଭାରତ ଟ୍ରେନ୍ । ଏହାଦ୍ୱାରା ସହର-ସହର ଭିତରେ ଯୋଗାଯୋଗ କମ୍ ସମୟରେ ହୋଇପାରିବ । ପ୍ରଥମ ପର୍ୟ୍ୟାୟରେ ଦିଲ୍ଲୀରେ ଆରମ୍ଭ ହୋଇଥିବାବେଳେ ଆଗାମୀ ଦିନରେ ଆଗାମୀ ଦିନରେ ସାରା ଦେଶରେ ଗଡିବ ରାପିଡଏକ୍ସ ।
Views: 65