ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଛୁଇଁଲା । ଦେଶରେ କରୋନା ମାମଲାରେ ଦିନକୁ ଦିନ ବଢିବାରେ ଲାଗିଛି । ୪ ହଜାର ପାଖାପାଖି ହେଲା କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୯୬୧ ରହିଛି । ଏଯାଏଁ ସର୍ବାଧିକ ମାମଲା କେରଳରୁ ଚିହ୍ନଟ ହୋଇଛି । ମୃତକଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି ।ଗତ ଦୁଇ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ପାର୍ ହୋଇଛି । ୨୪ ଘଣ୍ଟା ଭିତରେ କରୋନା ଯୋଗୁଁ ୪ ଜଣଙ୍କର ଜୀବନ ଯାଇଛି । ଦିଲ୍ଲୀ, କେରଳ, କର୍ଣ୍ଣାଟକ ଏବଂ ଉତ୍ତର ପ୍ରଦେଶରେ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି ।
Views: 26