ଭୋଗରାଇ : ଦେଖାଦେଲା ନିର୍ବାଚନୀ ହିଂସା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା କୁମ୍ଭୀରଗଡି ପଞ୍ଚାୟତରେ । ଦୁର୍ଗା ବେଶରା ପରିବାର ଲୋକେ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଗୋଟିଏ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ଲୋକେ ଘରେ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି । ନିଆଁ ଲଗାଇଦେବା ଫଳରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଆସବାବପତ୍ର ସହ ୩ ବଖରା ଘର ପୋଡି ଭସ୍ମୀଭୂତ ହୋଇଯାଇଛି । ମାତ୍ର ଏହି ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୁର୍ଗା ବେଶରାଙ୍କ ପରିବାରର ୪ ସଦସ୍ୟ ।
Views: 256