ଭୁବନେଶ୍ୱର : ଓଡିଆ ଧାବିକା ଦୂତି ଚାନ୍ଦଙ୍କୁ ହୋଇଥିଲା କ୍ୟାନସର । ଷ୍ଟେଜ ବ୍ୱାନ କ୍ୟାନସରରେ ପୀଡିତ ଥିଲେ ଦୂତି ଚାନ୍ଦ । ପ୍ରାରମ୍ଭିକ ଅବସ୍ଥାରେ ଦୂତିଙ୍କର ଚାଲିଥିଲା ଚିକିତ୍ସା । କର୍କଟ ରୋଗ କୈାଣସି ଟିସୁକୁ ବ୍ୟାପି ନ ତିବା କହିଲେ ଦୂତି । କେଳ ଛାଡିଦେବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ଔଷଧ ଖାଇବା ପରେ ଯନ୍ତ୍ରଣା କମ ହୋଇଥିଲା । ନିୟମିତ ଚିକିତ୍ସା ପରେ ରୋଗରୁ ମିଳିଥିଲା ଉପଶମ । ପରେ ନାଡା ତାଙ୍କ ଠାରୁ ନମୁନା ସଂଗ୍ରହ କରିଥିଲା । ଏଥିରେ ରିପୋର୍ଟ ପଜିଟିଭ ଆସିଥିବା କହିଛନ୍ତି ଦୂତି ।
ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଜାତୀୟ ଅନ୍ତଃରାଜ୍ୟ ପ୍ରତିଯୋଗିତାରେ ତାଙ୍କୁ ଏହି ଯନ୍ତ୍ରଣା ହୋଇଥିଲା । ଯନ୍ତ୍ରଣା ସହ ଅଲିମ୍ପିକ୍ସ ଚାଲି ଯାଇଥିବାରୁ ତାଙ୍କର ପ୍ରଦର୍ଶନ ଭଲ ହୋଇନଥିଲା । ଟୋକିଓରୁ ଆସିବା ପରେ ଯନ୍ତ୍ରଣା ବଢିଯାଇଥିଲା । ଅଲଟ୍ରାସାଉଣ୍ଡରୁ କିଛି ଜଣାନପଡ଼ିବା ପରେ ଏମଆରଆଇରେ କର୍କଟ ଆକ୍ରାନ୍ତ ହୋଇଥିବା ଧରାପଡ଼ିଥିଲା ବୋଲି କହିଛନ୍ତି ଦୂତି ଚାନ୍ଦ । ଡାକ୍ତରଙ୍କ ପରାମର୍ଶ ପରେ ତାଙ୍କୁ ଷ୍ଟେଜ୍-୧ କର୍କଟ ହୋଇଥିବା ଜଣାପଡ଼ିଥିବା କହିଛନ୍ତି ଓଡ଼ିଆ ଧାବିକା ଦୂତି ଚାନ୍ଦ ।
ଏହାସହ ବାସନ୍ଦକୁ ନେଇ ଦୂତୀ କହିଛନ୍ତି, ଏଥିପାଇଁ ମୁଁ ବହୁତ ଦୁଃଖିତ । ଅଲିମ୍ପିକ୍ସରୁ ଫେରିବା ପରେ ଅଧିକ ଯନ୍ତ୍ରଣା ହୋଇଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବା ପରେ ଉପଶମ ମିଳିଛି । ଡାକ୍ତରଙ୍କ ପରାମର୍ଶରେ ୧୦ ଦିନ ଔଷଧ ଖାଇଛି । ଏବେ ବି ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି କି ନାହିଁ ତାହା ଜାଣିନାହିଁ । ୨୫ ପୃଷ୍ଠାର ନୋଟିସ ମୋ ପାଖକୁ ଆସିଛି । ଏନେଇ ଆଗାମୀ ୨୧ ଦିନ ମଧ୍ୟରେ ଅପିଲ କରିବୁ । ୪ ବର୍ଷର ବ୍ୟାନ୍ ଲଗାଇବା ମୋ ପ୍ରତି ଅନ୍ୟାୟ । ମୋ ଉପରୁ ବ୍ୟାନ୍ ହଟାଇବାକୁ ଅପିଲ କରିବି । ଏବେ ମୁଁ ମାନସିକ ଭାବେ ଅସୁସ୍ଥ ଅଛି । ରାଜ୍ୟ ଓ କେନ୍ଦ୍ର ସରକାର ଚାହିଁଲେ ମୋତେ ନ୍ୟାୟ ମିଳିବ । ମୋତେ ନ୍ୟାୟ ମିଳିଲେ ମୁଁ ଟ୍ରାକକୁ ଫେରିବି ବୋଲି କହିଛନ୍ତି ଦୂତୀ ଚାନ୍ଦ ।
ଦୂତିଙ୍କୁ ହୋଇଥିଲା କ୍ୟାନସର

Facebook
Twitter
LinkedIn
Facebook
Twitter
LinkedIn
Recent News
୧୧ଟି ବଗି ଲାଇନଚ୍ୟୁତ
ବୀରମିତ୍ରପୁର : ମାଲବାହୀ ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ । ବୀରମିତ୍ରପୁର ଉପରମାର୍କେଟ ଅଞ୍ଚଳ ନିକଟରେ ଲାଇନଚ୍ୟୁତ । ଚୂନଭଟାରୁ ବୀରମିତ୍ରପୁର ରେଳ ଷ୍ଟେସନକୁ ଗଲା ବେଳେ...
ବିଜେଡିକୁ ନାଗ ଚୋଟ , ଗିରଫଦାରି ପଛରେ ବିଜେଡି ଷଡଯନ୍ତ୍ର : ଅର୍ଚ୍ଚନା
ଭୁବନେଶ୍ୱର : ବିଜେଡି ବିରୋଧରେ ବର୍ଷିଲେ ଅର୍ଚ୍ଚନା ନାଗ । ତାଙ୍କ ଗିରଫଦାରି ପଛରେ ଷଡଯନ୍ତ୍ର ଥିଲା କହିଲେ । ବବି ଦାସ. ମାନସ ମଙ୍ଗରାଜ ,...
ଆଉ ନିର୍ବାଚନ ଲଢିବିନି , ଏଥର ଯୁବପିଢୀଙ୍କୁ ସୁଯୋଗ ଦେବି : ଜୁଏଲ
ଭୁବନେଶ୍ୱର : ଆଉ ନିର୍ବାଚନ ଲଢିବିନି କହିଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଜୁଏଲଙ୍କ ବୟାନ । ଗତ ନିର୍ବାଚନ...
୨୨ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି : ଛତିଶଗଡରେ ଆତ୍ମସମର୍ପଣ କଲେ ୨୨ ମାଓବାଦୀ । ବସ୍ତର ଆଇଜି ଓ ନାରଣପୁର ଜିଲ୍ଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ । ଆତ୍ମସମର୍ପଣ ମାଓବାଦୀଙ୍କ ମଧ୍ୟରେ...