ବ୍ରହ୍ମପୁର : ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପର୍କୀୟ ମାମୁକୁ ଆଜୀବନ । ମାତ୍ର ୪ ମାସରେ ସଜା ଶୁଣାଇଲେ ବ୍ରହ୍ମପୁର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ଏପ୍ରିଲ ୨୫ରେ ପାଟପୁର ଥାନା ଅଞ୍ଚଳରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ହୋଇଥିଲା । ଗାଁରେ ରାତିରେ ଯାତ୍ରା ଚାଲିଥିବା ବେଳେ ସଂପର୍କୀୟ ମାମୁଁ ୫ ବର୍ଷର ଭାଣିଜିକୁ ଯାତ୍ରା ବୁଲାଇବାର ଲୋଭ ଦେଖାଇ ନିଛାଟିଆ ସ୍ଥାନକୁ ନେଇ ତାକୁ ଦୁଷ୍କର୍ମ କରିବା ସହ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ଝିଅ ନିଖୋଜ ହୋଇଥିବା ଜାଣି ପରିବାର ଲୋକ ଥାନାରେ ଏତଲା ଦେଇଥିଲେ ।ସେପଟେ ଗାଁ ଲୋକ ସଂପର୍କୀୟ ମାମୁଁ ତଥା କାଳିଆ ନାହାକକୁ ଝିଅ ସହ ଦେଖିଥିବାରୁ ତାକୁ ପଚାରିବା ପରେ ସବୁ ସତ ଓଗାଳିଥିଲା ସେହି ସଂପର୍କୀୟ ମାମୁଁ । ଅଭିଯୁକ୍ତ ଗିରଫ ପରେ ବ୍ରହ୍ମପୁର ସ୍ୱତନ୍ତ୍ର ପୋକ୍ସ କୋର୍ଟରେ ଚାଲିଥିଲା ବିଚାର । ସୋମବାର ମାନ୍ୟବର ଜଜ୍ ନିଜ ରାୟରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଖୁବ୍ କମ୍ ଦିନରେ ପାଟପୁର ଥାନାର ଏହି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତକୁ ମାନ୍ୟବର କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବାରୁ ମୃତକ ଶିଶୁର ବାପା ଓ ଗ୍ରାମବାସୀ ସନ୍ତୋଷ ପ୍ରକାଶ କରିଥିବା କହିଛନ୍ତି ।
ଦୁଷ୍କର୍ମ ପରେ ହତ୍ୟା ; ମାମୁକୁ ଆଜୀବନ
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











