The Ultimate Managed Hosting Platform
ADVERTISEMENT

ଦୁଷ୍କର୍ମ ଉଦ୍ୟମ : କନଷ୍ଟେବଳ ଗିରଫ

Facebook
Twitter
LinkedIn

ସମ୍ବଲପୁର : ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ କନଷ୍ଟେବଳ ଗିରଫ । ବରେଇପାଲି ଥାନାରେ କାର୍ଯ୍ୟରତ କନଷ୍ଟେବଳ ବିରଞ୍ଚô ମୁଣ୍ଡା ଗିରଫ । ପୋଷାକର ମର୍ୟ୍ୟାଦାକୁ ଭୁଲି ସମ୍ପର୍କୀୟ ଭାଣିଜୀଙ୍କୁ ଦୁଷ୍କର୍ମ କରିବା ଉଦ୍ୟମ କରି ଗିରଫ ହୋଇଛନ୍ତି କନେଷ୍ଟବଳ ବିରଞ୍ଚି ମୁଣ୍ଡା । ସେ ଓଏସଏଫର କନଷ୍ଟେବଳ ଭାବେ ବରେଇପାଲି ଥାନାରେ ନିୟୋଜିତ ଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ବରେଇପାଲି ଥାନା ଅଞ୍ଚଳରେ।
ସୂଚନା ଅନୁସାରେ ଆଦିବାସୀପଡ଼ାର ଜଣେ ୧୪ ବର୍ଷିୟ ନାବାଳିକା ସମ୍ପର୍କରେ ଭାଣିଜୀ ହେବେ । ତାଙ୍କୁ ଶୀତଳ ଷଷ୍ଠୀ ଯାତ୍ରା ଦେଖାଇବାକୁ ନେଇ କନଷ୍ଟେବଳ ଜଣଙ୍କ ଦୁଷ୍କର୍ମ ଉଦ୍ୟମ କରିଥିଲେ । କିନ୍ତୁ ନାବାଳିକା ଜଣକ ଉପସ୍ଥିତ ବୁଦ୍ଧି ଲଗାଇ ଘଟଣାସ୍ଥଳରୁ ଖସି ଆସିଥିଲେ । ଏହି ସମ୍ପର୍କରେ ଜଣାପଡ଼ିବା ପରେ ପଡ଼ାରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରିବାର ସହ ସ୍ଥାନୀୟ ବାସିନ୍ଦା ଥାନାକୁ ଯାଇ ଏତଲା ଦେଇଥିଲେ । ପୋଲିସ ତୁରନ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login