କୋଣାର୍କ : ହାଇୱା ସହ ଧକ୍କା ହେବା ପରେ ରାସ୍ତା ମଝିରେ ଜଳିଗଲା କାର । ପୁରୀ ବେଳାମାର୍ଗ ରାମଚଣ୍ଡୀରେ ହାଇୱା ଧକ୍କାରେ ଜଳିଗଲା କାର । କାରରେ ଥିଲେ ୩ ଜଣ , ପୁରୀରୁ ଦର୍ଶନ ସାରି କୋଣାର୍କ ଆସୁଥିଲେ । ସମସ୍ତ ଆହତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା ହୋଇଥିଲା । କାରକୁ ହାଇୱା ଧକ୍କା ଦେବାରୁ ଗାଡିଟି ରାସ୍ତା ତଳକୁ ଖସିପଡିଥିଲା । ଗୁରୁତରଙ୍କୁ ପ୍ରଥମେ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗରୁତର ହେବାରୁ ପରେ ସମସ୍ତଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।
Views: 31