The Ultimate Managed Hosting Platform
ADVERTISEMENT

ଦୁର୍ଘଟଣାର ଶିକାର ହେଲା ଋଷଭ୍‌ ପନ୍ତଙ୍କ କାର୍‌ 

Facebook
Twitter
LinkedIn

ଭାରତୀୟ କ୍ରିକେଟର ଋଷଭ୍‌ ପନ୍ତ ଶୁକ୍ରବାର ସକାଳେ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କ୍ରିକେଟରଙ୍କ ମର୍ସିଡିଜ୍ କାରଟି ଡିଭାଇଡରକୁ ଧକ୍କା ଦେବା ପରେ ପୋଡ଼ି ପାଉଁଶ ହୋଇଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ ଅନୁସାରେ ପନ୍ତଙ୍କ ଗୋଡରେ ଗଭୀର ଆଘାତ ଲାଗିଛି ।

ନୂଆଦିଲ୍ଲୀରୁ ଉତ୍ତରାଖଣ୍ଡର ରୁରକି ଅଭିମୁଖେ ଯାଉଥିବା ସମୟରେ ଋଷଭ ପନ୍ତ ଙ୍କ ମର୍ସିଡିଜ୍ କାର ଆଜି ସକାଳ ୫.୧୫ ରେ ନାରସନ୍ ସୀମାରେ ରେଲିଂ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ କାରରେ ନିଆଁ ଲାଗିଯାଇଥିଲା । ସୌଭାଗ୍ୟବଶତଃ ସେଠାରେ ଥିବା କିଛି ବ୍ୟକ୍ତି ପନ୍ତଙ୍କୁ କାରର କାଚ ଭାଙ୍ଗି ତାଙ୍କୁ ବାହାର କରିଦେଲେ । ସେତେବେଳେ ସେ କାରରେ ଏକୁଟିଆ ଥିଲେ ।

Rishabh Pant of India bats during day one of the first test match between India and Sri Lanka held at the Punjab Cricket Association IS Bindra Stadium, Mohali on the 4th March 2022 Photo by Deepak Malik / Sportzpics for BCCI

ଆଉ ତା’ପରେ ଆହତ କ୍ରିକେଟରଙ୍କୁ ତୁରନ୍ତ ରୁରକିର ସକ୍ଷମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉତ୍ତରାଖଣ୍ଡର ଡିଜିପି ଅଶୋକ କୁମାର କହିଛନ୍ତି , କ୍ରିକେଟରଙ୍କ ଶରୀରରେ ଅଧିକ ଆଘାତ ନାହିଁ, କିନ୍ତୁ ଗୋଟିଏ ଗୋଡ ଭାଙ୍ଗିଥିବା ଆଶାଙ୍କା କରାଯାଉଛି । ବର୍ତ୍ତମାନ ତାଙ୍କର ଉତ୍ତମ ଚିକିତ୍ସା ପାଇଁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login