The Ultimate Managed Hosting Platform
ADVERTISEMENT

ଦୁଇ ମିନିଟରେ ୧ ମିଲିୟନ ଲାଇକ୍ ପାଇ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡରେକର୍ଡ ଭାଙ୍ଗିଲେ ଦକ୍ଷିଣ କୋରିଆର ଗାୟକ ଜୁଙ୍ଗକୁକ୍

Facebook
Twitter
LinkedIn

ନୂଆଦିଲ୍ଲୀ : ଗିନିଜ ବୁକ୍ ଅଫ୍ ୱାର୍ଲ୍ଡରେକର୍ଡ ଭାଙ୍ଗିଲେ ଦକ୍ଷିଣ କୋରିଆର ଗାୟକ ଜୁଙ୍ଗକୁକ୍ । ବିଟିଏସ୍ ମେମ୍ବର ଜୁଙ୍ଗକୁକ୍ ଦୁଇ ମିନିଟରେ ୧ ମିଲିୟନରୁ ଅଧିକ ଲାଇକ୍ ପାଇ ସୋସିଆଲ୍ ମିଡିଆରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଜୁଙ୍ଗକୁକ୍ ତାଙ୍କ ଇନଷ୍ଟାଗ୍ରାମରେ ୨୦୨୨ ନୂତନ ବର୍ଷର ପ୍ରଥମ ଦିନରେ ପ୍ରଥମ ପୋଷ୍ଟ କରିଥିଲେ । ଯାହା ଦୁଇ ମିନିଟ୍‌ରେ ଏକ ମିଲିୟନରୁ ଅଧିକ ଲାଇକ୍ସ୍ ପାଇଛି ଯାହାଦ୍ୱାରା ଇନଷ୍ଟାଗ୍ରାମରେ ମିଳିଥିବା ଲାଇକ୍ସ୍ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଜୁଙ୍ଗକୁକ୍ ଏହି ମାମଲାରେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡରେକର୍ଡ ଭାଙ୍ଗିଦେଇଛନ୍ତି । ଜୁଙ୍ଗକୁକ୍‌ଙ୍କ ପୂର୍ବରୁ ବ୍ରାଜିଲର ଜୁଲିଏଟ୍ ଫ୍ରେଙ୍କ ତିନି ମିନିଟ୍‌ରେ ୧ମିଲିୟନ ଲାଇକ୍ ପାଇ ଯେଉଁ ରେକର୍ଡ ସୃଷ୍ଟି କରିଥିଲେ ତାହାକୁ ଜୁଙ୍ଗକୁକ୍ ଦୁଇ ମିନିଟରେ ୧ ମିଲିୟନରୁ ଅଧିକ ଲାଇକ୍ ପାଇ ସେହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି । ଜୁଙ୍ଗକୁକଙ୍କ ଇନଷ୍ଟାଗ୍ରାମ ପୋଷ୍ଟ୍ ଗୁଡିକ ୭୦ଲକ୍ଷ, ୮୦ଲକ୍ଷ,୯୦ଲକ୍ଷ,ଏପରିକି ୧ମିଲିୟନରୁ ଅଧିକ ଲାଇକ୍ ଅତିକ୍ରମ କରିଛି । ଯାହାଦ୍ୱାରା ଜୁଙ୍ଗକୁକ୍ ଦ୍ରୁତତମ ଏସିୟ ବ୍ୟକ୍ତି ହୋଇପାରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login