ବ୍ରହ୍ମପୁର : ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଗୋଳନ୍ଥରା ଥାନା ଅଞ୍ଚଳରେ ଗଣଦୁଷ୍କର୍ମ ଅଭିଯୋଗ । ୪ ଯୁବକ ଘରୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ସୂଚନା ଅନୁସାରେ, ଦୁଇ ନାବାଳିକା ଏକ ଶୁଭକାର୍ୟ୍ୟକୁ ଯାଇଥିବା ବେଳେ ୪ ଜଣ ଯୁବକ ସେମାନଙ୍କ ବାହାରକୁ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ । ଗଣଦୁଷ୍କର୍ମ ପରେ ପୁଣି ସେହି ଶୁଭକାର୍ୟ୍ୟ ସ୍ଥାନରେ ନାବାଳିକାଙ୍କୁ ଛାଡି ଦେଇଥିଲେ । ଗଣ ଦୁଷ୍କର୍ମ ନେଇ ପୀଡ଼ିତାଙ୍କ ପରିବାର ଲୋକେ ଜାଣିବା ପରେ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗଣଦୁଷ୍କର୍ମ ପରେ ଫେରାର ହୋଇଯାଇଛନ୍ତି ଅଭିଯୁକ୍ତ ୪ ଯୁବକ । ୪ ଯୁବକଙ୍କୁ ଧରିବା ପାଇଁ ଗୋଳନ୍ଥରା ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ।
Views: 47