ନୂଆଦିଲ୍ଲୀ : ଦୁଇ ଦିନିଆ ୟୁଏଇ ଓ କତାର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜ ଗସ୍ତ ନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଗସ୍ତ ଭାରତ ସହ ଦୁଇ ଦେଶର ଦ୍ୱିପାକ୍ଷିକ ସଂପର୍କକୁ ଆହୁରି ମଜବୁତ କରିବ ବୋଲି ଆଶାବାଦୀ ଥିବା କହିଛନ୍ତି ମୋଦୀ । ୨୦୧୫ ମସିହା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ସପ୍ତମ ୟୁଏଇ ଗସ୍ତ । ଏହି ଗସ୍ତ ପୂର୍ବରୁ ୟୁଏଇ ରାଷ୍ଟ୍ରପତି ସେଖ ମହମ୍ମଦ ବିନ୍ ଯାଦବଙ୍କୁ ଭାଇ କହି ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ।
Views: 98











