ଭୁବନେଶ୍ୱର : ଓଡିଶା ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦୁଇ ଦିନିଆ ଗସ୍ତରେ ଓଡିଶା ଆସୁଛନ୍ତି । ପ୍ରଥମେ ଦିବଂଗତ ନିବେଦିତା ପ୍ରଧାନଙ୍କ ସ୍ମୃତି କାର୍ଯ୍ୟକ୍ରମରେ ଯୋଗଦେବେ । ଏହା ପରେ ପୁରୀକୁ ଯାଇ ରାତ୍ରୀ ଯାପନ କରିବେ । ଆସନ୍ତାକାଲି ସେ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିବେ । ଏହା ପରେ ପୁରୀ ପେଣ୍ଠକଟାରେ ମୋ ମାଟି ମୋ ଦେଶ ଅନ୍ତର୍ଗତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହେବେ । ଆସନ୍ତାକାଲି ନ୍ୟାସନାଲ ଚାର୍ଟାଡ ଆକାଉଣ୍ଟ କନଫରେନ୍ସରେ ଯୋଗ ଦେବେ ।
Views: 80