The Ultimate Managed Hosting Platform
ADVERTISEMENT

ଦୁଇ ଟ୍ରକ ମୁହାଁମୁହିଁ: ୪ ଜଣଙ୍କର ମୃତ୍ୟୁ, ୧୫୦ ମେଣ୍ଢା ମୃତ

Facebook
Twitter
LinkedIn

ମୁମ୍ବାଇ : ମହାରାଷ୍ଟ୍ରର ହିଙ୍ଗୋଲେି ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଟ୍ରକ ପରସ୍ପର ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ ମେଣ୍ଢା ମରିଛନ୍ତି । ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଦୁର୍ଘଟଣା ସକାଳ ୪ଟାରେ ନାଦେଡ-କଲମନୁରୀ ରାସ୍ତାରେ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ହେବାର କିଛି ସମୟ ପରେ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।କଲମନୁରୀ ପୋଲିସ ନିରୀକ୍ଷକ ସୂଚନାନୁସାରେ, ମେଣ୍ଢାକୁ ନେଇ ଯାଉଥିବା ଏକ ଟ୍ରକ, ଟାଇଲ ନେଇ ଯାଉଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଦୁର୍ଘଟଣା ଘଟିଥିଲା । ଏଥିରେ ୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ମେଣ୍ଢା ମରିଛନ୍ତି । ଦୁର୍ଘଟଣାରେ ମରିଥିବା ବ୍ୟକ୍ତି ମେଣ୍ଢା ନେଇ ଯାଉଥିଲେ । ଦୁର୍ଘଟଣାରେ ଆଉ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଟ୍ରକକୁ ରାସ୍ତାରୁ ହଟାଇବା ସହିତ ଯାତାୟତ ପାଇଁ ସୁବିଧା କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login