ଭୁବନେଶ୍ୱର : ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୪ ଆହତ । ରସୁଲଗଡ-ବମିଖାଲ ଫ୍ଲାଏଓଭରରେ ଦୁର୍ଘଟଣା । ନୋ ଏଣ୍ଟ୍ରିରେ ଦୁଇ କାର ମଧ୍ୟରେ ମୁହାଁ ମୁହିଁ ଧକ୍କା । ସମସ୍ତ ଯାତ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି । ରାସ୍ତାକାମ ଯୋଗୁ ପୁରୁଣା କଟକ ରୋଡକୁ ରସୁଲଗଡ଼ ଛକଠାରୁ ବନ୍ଦ କରାଯାଇଥିଲା । ଫଳରେ ସବୁ ଗାଡିଗୁଡିକ ବମିଖାଲ୍ ଓଭରବ୍ରିଜ୍ ଦେଇ ରଙ୍ଗ ରୁଟ୍ ରେ ଯାଉଥିଲା । ଏହି ସମୟରେ ଦୁଇ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଜୋର୍ ହୋଇଥିଲା ଯେ ଦୁଇଟି ଗାଡିର ସେଫ୍ଟି ବେଲୁନ୍ ବାହାରିଯାଇଥିଲା । ଉଭୟ ଗାଡ଼ିରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି ।
Views: 45