ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆଉ ଦୁଇ ଦିନ ଥିବା ବେଳେ ଓଡିଶାରୁ ୩ୟ ଚେହେରା କିଏ ହେବେ ସେନେଇ ଦ୍ବନ୍ଦ୍ବ ଦେଖାଯାଇଛି। ବିଜେଡି ନିଜର ତୃତୀୟ ପ୍ରାର୍ଥୀ ଘୋଷଣା କରିବ, ନା ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବ? ଏଭଳି ଅନେକ ପ୍ରଶ୍ନକୁ ନେଇ ଏବେ ବି ଆଶା ଆଶଙ୍କା ଲାଗି ରହିଥିବାବେଳେ, ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଯାହାକି ଏବେ ଚର୍ଚ୍ଚା ବଢ଼ାଇଛି। ଓଡିଶାରୁ ପୁଣି ରାଜ୍ୟସଭା ଯିବେ କି ଅଶ୍ୱିନୀ ବୈଷ୍ଣବ? ଅଶ୍ୱିନୀଙ୍କୁ ପୁଣି ସମର୍ଥନ ଦେବ କି ବିଜୁ ଜନତା ଦଳ? ଏ ପ୍ରଶ୍ନ ଉଠିବାର କାରଣ ହେଉଛି, ରାଜ୍ୟସଭା ନିର୍ବାଚନର ଚର୍ଚ୍ଚା ଭିତରେ ଆସନ୍ତାକାଲି ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଅଶ୍ୱିନୀ ବୈଷ୍ଣବ। ତେଣୁ ଏଭଳି ଏକ ସମୟରେ ଅଶ୍ୱିନୀ ବୈଷ୍ଣବ ଓଡିଶା ଆସିବା, ଏଭଳି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ।
Views: 76