ଝାରସୁଗୁଡ଼ା: ଝାରସୁଗୁଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ମିଳିଛି ବିପୁଳ ବିଜୟ । ବଡ଼ ବିଜୟ ପରେ ତାଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୋନ ଯୋଗେ କଥା ହୋଇ ଦୀପାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ନବୀନ । ଏହି ବିଜୟ ସହ ଝାରସୁଗୁଡ଼ାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପରାମର୍ଶ ଦେଇଛନ୍ତି । ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟ କରାଇଥିବାରୁ ଝାରସୁଗୁଡ଼ାବାସୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି ।
ଝାରସୁଗୁଡ଼ା ଉପନିର୍ବାଚନରେ ଅକୁଣ୍ଠ ସମର୍ଥନ ଦେଇ @bjd_odishaକୁ ଐତିହାସିକ ବିଜୟ ଦେଇଥିବାରୁ ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ ଜଣାଉଛି। ଏହି ବିଜୟ ହେଉଛି ଆପଣମାନଙ୍କ ଭଲପାଇବା ଓ କର୍ମୀ ଭାଇଭଉଣୀଙ୍କ ନିଷ୍ଠାପର ଉଦ୍ୟମର ବିଜୟ। ଓଡ଼ିଶାକୁ ବିକାଶର ଶିଖରରେ ପହଞ୍ଚାଇବା ପାଇଁ ଏହା ଆମ ସଙ୍କଳ୍ପକୁ ଆହୁରି ଦୃଢ କରୁଛି। pic.twitter.com/jt7HxyKtIp
— Naveen Patnaik (@Naveen_Odisha) May 13, 2023
Views: 94