ଅଯୋଧ୍ୟା : ଆଜି ସନ୍ଧ୍ୟାରେ ଅଯୋଧ୍ୟାର ୫୬ଟି ଘାଟରେ ୨୬ଲକ୍ଷରୁ ଅଧିକ ଦୀପ ଲଗାଇ ରେକର୍ଡ ଲକ୍ଷରେ ଅଯୋଧ୍ୟା । ଡ୍ରୋନ ସାହାଯ୍ୟରେ ଦୀପ ଗଣୁଛନ୍ତି ଗିନିଜବୁକ ଟିମ୍ । ଏପଟେ କାଲି ସୂର୍ୟ୍ୟ ଆଳତୀ ବେଳେ ଏକାଠି ହୋଇଥିଲେ ୨୧ଶହ ଭକ୍ତ । ଏଥର କ୍ୟୁଆର କୋଡ ଦ୍ବାରା ଭକ୍ତ ମାନଙ୍କ ସଂଖ୍ୟା ଗଣାଯାଇଛି । ଆଜି ସଂନ୍ଧ୍ୟାରେ ଆୟୋଜିତ ଦୀପ ପ୍ରଜ୍ଜ୍ବଳନ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ର ଯୋଗୀ ଯୋଗ ଦେବାର ସୂଚନା ରହିଛି । ତେବେ ଦୀପ ପ୍ରଜ୍ଜ୍ବଳନ ଏବଂ ଆଳତୀ ଗିନିଜ ବୁକରେ ରେକର୍ଡ କରିପାରିବ କି ନାହିଁ ତାହା ଆଜି ଗିନିଜ ବୁକ ଟିମ୍ ପକ୍ଷରୁ ଆଜି ସଂନ୍ଧ୍ୟାରେ ଘୋଷଣା କରାଯିବ ।
Views: 57











