ଭୁବନେଶ୍ୱର : କିଲର କନଷ୍ଟେବଳ ଦୀପକ ରାଉତ ନିଲମ୍ବିତ । ଶୁଭମିତ୍ରା ହତ୍ୟା ମାମଲାରେ ଗିରଫ ପରେ ନିଲମ୍ବନ କଲେ ଡିସିପି । ଦୀପକକୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
ବୀମା ଟଙ୍କା ପାଇବା ପାଇଁ ସେ ତାଙ୍କ ପ୍ରଥମ ପତ୍ନୀଙ୍କୁ ହତ୍ୟା କରିଥିବା ଚର୍ଚ୍ଚାକୁ ଆସିଛି । ତାଙ୍କ ନାଁରେ ୧ କୋଟି ଟଙ୍କାର ଟର୍ମ ଲାଇଫ ଇନ୍ୟୁସରାନ୍ସ ଥିଲା । ଏହି ବୀମାରେ ଦାପକ ରାଉତ ନୋମିନି ଥିଲେ । ପୋଲିସ ସନ୍ଦେହ ଯେ ଏହି ଟଙ୍କା ପାଇବା ପାଇଁ ଶୁଭମିତ୍ରାଙ୍କୁ ହତ୍ୟା କରାଯାଇଥାଇପାରେ । ସେହିପରି ଦୀପକଙ୍କ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କର ୨୦୨୨ ମସିହାରେ ମୃତ୍ୟୁ ଘଟିଥିଲା । ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ଦର୍ଶାଇ ଦୀପକ ବୀମା ସଂସ୍ଥାରୁ କୋଟିଏ ୨୦ ଲକ୍ଷ ଟଙ୍କା ପାଇଥିଲେ । ପ୍ରଥମ ପତ୍ନୀଙ୍କୁ ବି ଷଡ଼ଯନ୍ତ୍ର କରି ହତ୍ୟା କରି ସେ ଦୁର୍ଘଟଣାର ରୂପ ଦେଇଥିବା ଅଭିଯୋଗ ହୋଇଥିଲା।
Views: 51