The Ultimate Managed Hosting Platform
ADVERTISEMENT

ଦିଲ୍ଲୀ ଯିବେ ଅଭିନେତା ପିଣ୍ଟୁ ନନ୍ଦ । ସେଠାରେ ହେବ ଅଧିକ ଚିକିତ୍ସା ମାତ୍ର ଅର୍ଥ ସାଜିଛି ବାଧକ ।

Facebook
Twitter
LinkedIn

ଭୁୁବନେଶ୍ୱର, ୭ା୨: ଅଧିକ ଚିକିତ୍ସାର ରହିଛି ଆବଶ୍ୟକ । ଯାହାପାଇଁ ଆଜି ଦିଲ୍ଲୀ ଯିବେ ଓଡିଆ ସିନେ ଅଭିନେତା ପିଣ୍ଟୁ ନନ୍ଦ । ସେଠାରେ ତାଙ୍କର ହେବ ଅସ୍ତ୍ରୋପଚାର । ଦିଲ୍‌ୀରେ ଏକ ହସ୍‌ପିଟାଲରେ ହେବ ଅସ୍ତ୍ରୋପଚାର । ବର୍ତ୍ତମାନ ସୁଦ୍ଧା ପିଣ୍ଟୁଙ୍କ ପାଇଁ ୨ ଦୁଇ ଜଣ କିଡନୀ ଡୋନର ସ୍ଥିର ହୋଇଥିବା ଶୁଣିବାକୁ ମିଳୁଛି । ପିଣ୍ଟୁ ଦିଲ୍ଲୀରେ ପହଞ୍ôଚବା ପରେ ଆରମ୍ଭ ହେବ ଚିକିତ୍ସା ।

ବ୍ୟୟ ବହୁଳ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଥିବାରୁ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ ଲୋଡା ଯାଇଛି । ଅନ୍ୟପକ୍ଷେ ପିଣ୍ଟୁଙ୍କର ବହୁ ଶୁଭେଚ୍ଛୁ ମଧ୍ୟ ହାତ ବଢାଇବାରେ ଲାଗିଛନ୍ତି । ପିଣ୍ଟୁଙ୍କ ସହ ତାଙ୍କ ଭିଣୋଇ ଯିବାକୁ ଥିବା ବେଳେ ପରଦିନ ତାଙ୍କର ଭାଇ ଓ ୨ ଜଣ କିଡନୀ ଡୋନର ଯିବେ ବୋଲି ଜଣାପଡିଛି ।

ଲିଭର ସିରୋସିସ୍ ରୋଗରେ ପୀଡତ ହୋଇ ବହୁ କଷ୍ଟ ଭୋଗୁଛନ୍ତି ଓଲିଉଡର ଏହି ବରିଷ୍ଠ ଅଭିନେତା ଜଣକ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲୁଥିବା ବେଳେ ତାଙ୍କୁ ଦିଲ୍ଲୀ ନେବା ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର । ପିଣ୍ଟୁଙ୍କ ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଥିବା ବେଳେ ସାହାଯ୍ୟ ସହାୟତା ସହ ଆଶୁଆରୋଗ୍ୟ କାମନା କରିବାକୁ ସିସିଆଲ ମିଡିଆରେ ନିବେଦନ କରିଛନ୍ତି ପିଣ୍ଟୁଙ୍କ ପରିବାର ଲୋକେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଝଡାଫୁଙ୍କା ବାହାନାରେ ଦୁଷ୍କର୍ମ ଉଦ୍ୟମ

ଗୋପାଳପୁର ଗଣଦୁଷ୍କର୍ମ : ଚାର୍ଜସିଟ ଦାଖଲ

ଗୋପାଳପୁର : ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଚାର୍ଜସିଟ ଦାଖଲ । ଏସଡିଜେଏମଙ୍କ କାର୍ଯ୍ୟାଳୟରେ ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ । ୫୭୪ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିବା...

ADVERTISEMENT
ବିରୋଧୀଙ୍କୁ ରାଜନାଥଙ୍କ ନିଶାନା ; ସେନା କିପରି ଭାବେ “ଅପରେସନ ସିନ୍ଦୂର” ପରିଚାଳନା କଲେ ଜଣାଇଲେ

ବିରୋଧୀଙ୍କୁ ରାଜନାଥଙ୍କ ନିଶାନା ; ସେନା କିପରି ଭାବେ “ଅପରେସନ ସିନ୍ଦୂର” ପରିଚାଳନା କଲେ ଜଣାଇଲେ

ନୂଆଦିଲ୍ଲୀ : ସଂସଦରେ ଅପରେସନ ସିନ୍ଦୂର ଡିବେଟ ଆରମ୍ଭ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆରମ୍ଭ କଲେ ଡିବେଟ । ଭାରତୀୟ ସେନା କିପରି ଭାବେ...

Login