The Ultimate Managed Hosting Platform
ADVERTISEMENT

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ବିଜେପି ପକ୍ଷରୁ ଦୁଇ ପର୍ଯ୍ୟବେକ୍ଷକ ନିଯୁକ୍ତ

Facebook
Twitter
LinkedIn

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରକାଶକୁ ୧୨ ଦିନି ବିତି ଯାଇଥିଲେ ବି ବିଜେପି ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିପାରୁ ନାହିଁ । ଯାହାକୁ ନେଇ ଦେଶରେ ରାଜନୀତି ଜୋର ଧରିଛି । ତେବେ କିଏ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଆଜି ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଥିବା ସଂସଦୀୟ ଦଳ ବୈଠକ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ଚୟନ ଲାଗି ଦୁଇ ଜଣ ପର୍ୟ୍ୟବେକ୍ଷକଙ୍କ ନାଁ ଘୋଷଣା କରାଯାଇଛି । ରବିଶଙ୍କର ପ୍ରସାଦ ଏବଂ ଓପି ଧନଖଡ଼ ପର୍ୟ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ଆଜି ସନ୍ଧ୍ୟା ୬ଟା ୧୫ ମିନିଟରେ ଦିଲ୍ଲୀ ବିଜେପି ବିଧାୟକ ଦଳ ବୈଠକ ବସିବ । ଏହି ବୈଠକରେ ସାମିଲ ହେବେ ଦୁଇ ପର୍ୟ୍ୟବେକ୍ଷକ । ବିଧାୟକ ଦଳ ବୈଠକରେ ଘୋଷଣା ହେବ ବିଧାୟକ ଦଳ ନେତାଙ୍କ ନାମ । ତେବେ କିଏ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସସପେନ୍ସ ଜାରି ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ ପ୍ରବେଶ ବର୍ମା ମୁଖ୍ୟମନ୍ତ୍ରୀ ହେବ ନା ଆଉ କାହାର ମୁଣ୍ଡରେ ପିନ୍ଧା ହେବ ମୁକୁଟ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ଆଜି ନାଁ ଘୋଷଣା କରିପାରନ୍ତି ହାଇକମାଣ୍ଡ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିମାନରେ ମଦ ପିଇ କ୍ରୁ ମେମ୍ବରଙ୍କୁ ଗାଳି କଲେ ୨ ଯାତ୍ରୀ

ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି, ରନୱେରୁ ଫେରିଗଲା ବିମାନ

ନୂଆଦିଲ୍ଲୀ : ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି । ରନୱେରୁ ଫେରିଲା ବିମାନ । ବିମାନରେ ଥିଲେ ୧୪୦ ଯାତ୍ରୀ । ବିମାନରେ...

ADVERTISEMENT
ସପାର ୩ ବିଧାୟକ ବିଦା

ସପାର ୩ ବିଧାୟକ ବିଦା

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ୩ ବିଧାୟକ ଦଳରୁ ବହିଷ୍କୃତ । ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି । ଅଭୟ ସିଂହ, ରାଜେଶ ସିଂହ...

Login