The Ultimate Managed Hosting Platform
ADVERTISEMENT

ଦିଲ୍ଲୀ ବିମାନ ବନ୍ଦରରେ NIA ଟିମ,ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଭାଇ ଅନମୋଲଙ୍କୁ ଭାରତ ଅଣାଯାଉଛି

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଲ୍ଲୀ ବିମାନ ବନ୍ଦରରେ ପହଁଚିଲେ ଏନଆଇଏ ଅଧିକାରୀ । କିଛି ସମୟରେ ପହଁଚିବ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଭାଇ ଅନମୋଲ । ଆମେରିକାରୁ ଭାରତ ଅଣାଯାଉଛି , କିଛି ସମୟରେ ପହଁଚିବ । ଏନସିପି ନେତା ବାବା ସିଦ୍ଦିକ ହତ୍ୟାକାଣ୍ଡର ୱାଣ୍ଟେଡ ଅନମୋଲ ବିଷ୍ଣୋଇ । ପଞ୍ଜାବୀ ସିଙ୍ଗର ସିନ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମଧ୍ୟ ଅଭିଯୁକ୍ତ । ସଲମାନ ଖାନଙ୍କ ମୁମ୍ବାଇ ଘର ଉପରକୁ ଗୁଳିମାଡରେ ମଧ୍ୟ ସମ୍ପୃକ୍ତ । ବିଷ୍ଣୋଇ ଗ୍ୟାଙ୍ଗର ଆନ୍ତର୍ଜାତିକ ଅପରାଧ ଗତିବିଧି ରୋକିବା ପାଇଁ ଭାରତ ଦୀର୍ଘଦିନ ଧରି ପ୍ରୟାସ କରି ଆସୁଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍କ ଉତ୍ତର ଆମେରିକାରେ ଅପରାଧିକ ଗତିବିଧିରେ ସଂପୃକ୍ତ ଥିବା ଅଭିଯୋଗ ରହିଛି । ଅକ୍ଟୋବର ୧୨ ତାରିଖରେ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟା ଘଟଣାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ୨୬ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା । ଏହି ହତ୍ୟାକାଣ୍ଡରେ ଅନମୋଲ ବିଷ୍ଣୋଇର ସଂପୃକ୍ତି ନେଇ ମୁମ୍ବାଇ ପୋଲିସକୁ ତଥ୍ୟପ୍ରମାଣ ମିଳିବା ପରେ ତାଙ୍କ ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରାଯାଇଥିଲା । ଭାରତର ଅନୁରୋଧକୁ ଭିତ୍ତି କରି ଗତବର୍ଷ ନଭେମ୍ବର ମାସରେ ଆମେରିକା ଅନମୋଲଙ୍କୁ ଅଟକ ରଖିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login