ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଁଇ ଭୋଟ୍ ଗଣତି ଜାରି ରହିଛି । ୭୦ଟି ବିଧାନସଭା ଆସନ ପାଇଁ ମୋଟ୍ ୬୯୯ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ପରୀକ୍ଷା ହେବ । ଭୋଟ୍ ଗଣତି ପ୍ରାରମ୍ଭରୁ ବିଜେପି ଆଗୁଆ ରହିଛି । ବିଜେପି ୪୨ ଏବଂ ଆପ୍ ୨୮ ଭୋଟ୍ ବ୍ୟବଧାନରେ ଲିଡ୍ କରଥିବା ବେଳେ କଂଗ୍ରେସ ଶୂନ ରହିଛି । ତୃତୀୟ ରାଉଣ୍ଡ ସୁଦ୍ଧା ନୂଆଦିଲ୍ଲୀ ଆସନରେ କେଜରିୱାଲ ୩୪୩ ଭୋଟରେ ଆଗୁଆ ରହିଛନ୍ତି । ବିଜେପିର ପରଭେଶ ବର୍ମା ଏବଂ କଂଗ୍ରେସର ସନ୍ଦୀପ ଦିକ୍ଷିତ ପଛୁଆ ଅଛନ୍ତି । ଏହି ସିଟ୍ ଦିଲ୍ଲୀ ପାଇଁ ବହୁତ ଶୁଭ ।ଏହି ସିଟରେ କେଜ୍ରିୱାଲଙ୍କୁ କଡ଼ା ଟକ୍କର ମିଳିଛି । ୮ ରାଉଣ୍ଡ ପରେ ଅରବିନ୍ଦ କେଜ୍ରିୱାଲ ୪୪୫ ଭୋଟରେ ପଛୁଆ ରହିଛନ୍ତି । ବିଜେପିର ପ୍ରବେଶ ବର୍ମା ଆଗୁଆ ରହିଛନ୍ତି । ଆପର ମନୀଷ ସିସୋଦିଆ ଜଙ୍ଗପୁରା ଆସନରୁ ୨୩୦୦ ଭୋଟରେ ଆଗୁଆ ଅଛନ୍ତି ।
Views: 61











