The Ultimate Managed Hosting Platform
ADVERTISEMENT

ଦିଲ୍ଲୀ ଅବକାରୀ ଦୁର୍ନୀତି, ଗିରଫ ହେଲେ ସିସୋଦିଆ I

Facebook
Twitter
LinkedIn

ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହେଲା। ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନିଷ ସିସୋଦିଆଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗିରଫ କରିଛି। ୮ ଘଣ୍ଟା ଜେରା କରିବା ପରେ ତାଙ୍କୁ ଗିରଫ କରାଯାଇଥିବା ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସକାଳେ ତାଙ୍କୁ କୋର୍ଟରେ ହାଜର କରାଯିବ। ସିବିଆଇର ଏହି କାର‌୍ୟ୍ୟାନୁଷ୍ଠାନକୁ ଆପ୍ ତୀବ୍ର ସମାଲୋଚନା କରିଛି। ପାର୍ଟି ପକ୍ଷରୁ କୁହାଯାଇଛି ଯେ, କେଜ୍ରିୱାଲ ସରକାରଙ୍କୁ ହଇରାଣ କରିବା ଲାଗି କେନ୍ଦ୍ର ସରକାର ସିବିଆଇକୁ ବ୍ୟବହାର କରୁଛନ୍ତି। ସିସୋଦିଆ ରବିବାର ଦିନ ପ୍ରାୟ ୧୧ଟାରେ ଜେରାର ସମ୍ମୁଖୀନ ହେବାପାଇଁ ସିବିଆଇ ମୁଖ୍ୟାଳୟରେ ହାଜର ହୋଇଥିଲେ। ଏହି ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟରେ ତାଙ୍କ ନାମ ନଥିଲେ ମଧ୍ୟ ପଚରାଉଚରା ପାଇଁ ସିବିଆଇ ରବିବାର ଦିନ ତାଙ୍କୁ ସମନ କରିଥିଲା।

ଜେରାର ସମ୍ମୁଖୀନ ହେବା ପୂର୍ବରୁ ସିସୋଦିଆ କହିଥିଲେ ଯେ ୭/୮ ମାସ ଜେଲ୍ରେ ରହିବା ପାଇଁ ମୁଁ ପ୍ରସ୍ତୁତ ହୋଇ ରହିଛି। ଦିଲ୍ଲୀର ଉନ୍ନୟନ କାର‌୍ୟ୍ୟରେ ବ୍ୟାଘାତ ଆଣିବା ପାଇଁ ବିଜେପି ତାଙ୍କୁ ଗିରଫ କରିବାକୁ ଚାହୁଛି ବୋଲି ସେ ଅଭିଯୋଗ କରିଥିଲେ। ଏହାପୂର୍ବରୁ ସିସୋଦିଆଙ୍କୁ ଫେବ୍ରୁଆରି ୧୯ରେ ସିବିଆଇରେ ହାଜର ହେବା ପାଇଁ କୁହାଯାଇଥିଲା କିନ୍ତୁ ବଜେଟ୍ କାମ ଚାଲିଥିବା ଦର୍ଶାଇ ସେ ତାରିଖ ଘୁଞ୍ଚାଇବାକୁ ଅନୁରୋଧ କରିଥିଲେ। ସିବିଆଇ ଏହି ଅନୁରୋଧକୁ ରକ୍ଷା କରି ତାଙ୍କୁ ଫେବ୍ରୁଆରି ୨୬ରେ ହାଜର ହେବାକୁ ଦ୍ବିତୀୟ ନୋଟିସ୍ ଜାରି କରିଥିଲା। ସିସୋଦିଆଙ୍କୁ ଜେରା ଓ ଗିରଫଦାରୀ ନେଇ ଆପ୍ ନେତାମାନେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଛନ୍ତି ସିସୋଦିଆ ସତ୍ୟର ଯୁଦ୍ଧ ଲଢ଼ୁଛନ୍ତି ଏବଂ ତାଙ୍କ ପଛରେ ପୂରା ଦେଶ ରହିଛି। ଦିଲ୍ଲୀ ମେୟର ଶେଲି ଓବରୟ କହିଛନ୍ତି ବିଜେପି ଆପ୍ର ଲୋକପ୍ରିୟତାରେ ଡରି ଯାଇ ସିସୋଦିଆଙ୍କୁ ଗିରଫ କରିଛି। ଆପ୍ ନେତା ସଂଜୟ ସିଂହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଯଦି ସାହସ ଅଛି ତା’ହେଲେ ଶିଳ୍ପପତି ଆଦାନିଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

ତେବେ ଅଭିଯୋଗ ଅନୁସାରେ ଦିଲ୍ଲୀ ଅବକାରୀ ଦୁର୍ନୀତିର ସିସୋଦିଆ ତାଙ୍କ ବିରୋଧରେ ଥିବା ଅନେକ ପ୍ରମାଣ ନଷ୍ଟ କରିଦେଇଛନ୍ତି। ତା’ ସତ୍ତ୍ବେ ସିବିଆଇ ଯେତିକି ପ୍ରମାଣ ସଂଗ୍ରହ କରିଛି ସେହି ଆଧାରରେ ତାଙ୍କୁ ଜେରା କରିବା ସହ ଗିରଫ କରିଛି। ଜେରା ବେଳେ ସିସୋଦିଆ ସହଯୋଗ କରିନଥିଲେ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ କୌଣସି ଦୁର୍ନୀତି ମାମଲଓ ରେ ଗିରଫ ହେବାରେ ସିସୋଦିଆ ହେଉଛନ୍ତି କେଜ୍ରିୱାଲ ସରକାରର ଦ୍ବିତୀୟ ମନ୍ତ୍ରୀ। ଏହା ପୂର୍ବରୁ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଇଡି ଗତ ବର୍ଷ ଗିରଫ କରିଥିଲା। ସେ ଏବେ ବି ଜେଲରେ ଅଛନ୍ତି।

ବ୍ୟୁରୋ ରିପୋର୍ଟ ଶପଥ ନ୍ୟୁଜ୍

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login