ନୂଆଦିଲ୍ଲୀ : ଆଜି ମଧ୍ୟ ରାତ୍ରି ଯାଏଁ ଦିଲ୍ଲୀ ଏୟାରପୋର୍ଟରୁ ସବୁ ଇଣ୍ଡିଗୋ ବିମାନ ବାତିଲ । ଦିଲ୍ଲୀରୁ ଉଡାଣ ଭରିବାକୁ ଥିବା ଯାତ୍ରୀ ଘଣ୍ଟା ଘଣ୍ଟା ଧରି ହନ୍ତସନ୍ତ । ଆଜି ଉଡାଣ ଭରିବାକୁ ଥିବା ୭୪, ପହଁଚିବାକୁ ଥିବା ୪୪ ବିମାନ ବାତିଲ । ଦେଶର ୬୫ ପ୍ରତିଶତ ଉଡାଣ ଇଣ୍ଡିଗୋରେ ହେଉଥିବାରୁ ବିମାନ ଯାତ୍ରୀ ହନ୍ତସନ୍ତ । କାଲି କେବଳ ମୁମ୍ବାଇରୁ ୧୧୮ ଇଣ୍ଡିଗୋ ବିମାନ ବାତିଲ ହୋଇଥିଲା । ଅହମ୍ମଦାବାଦରେ ମଧ୍ୟ ଏଯାବତ ୮୬ ଇଣ୍ଡିଗୋ ବିମାନ ବାତିଲ । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚେନ୍ନାଇରେ ମଧ୍ୟ ସବୁ ଇଣ୍ଡିଗୋ ବିମାନ ବାତିଲ ।
ସେହିପରି ଇଣ୍ଡିଗୋ ଚେନ୍ନାଇ ଏୟାରପୋର୍ଟରୁ ସନ୍ଧ୍ୟା ୬ଟା ଯାଏଁ ସମସ୍ତ ବିମାନ ଉଡ଼ାଣ ବାତିଲ କରିଛି । ଇଣ୍ଡିଗୋ ବାତିଲ ହେବା ଯୋଗୁଁ ଅନ୍ୟ ଏୟାରଲାଇନର ଟିକେଟ ଦାମ୍ ଦୁଇଗୁଣା ବଢିଯାଇଛି । ଯେଉଁ ଟିକେଟ ୫-୬ ହଜାର ଟଙ୍କାରେ ମିଳୁଥିଲା, ସେ ଟିକେଟର ଦାମ୍ ୩୦-୪୦ ହଜାର ଟଙ୍କା ପର୍ୟ୍ୟନ୍ତ ପହଞ୍ଚିଯାଇଛି ।
ବେଙ୍ଗାଲୁରୁ ବିମାନ ବନ୍ଦରରେ ଉଡ଼ାଣ ବାତିଲ ହେବା ଯୋଗୁଁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ଗୁରୁବାର ବାତିଲ ହୋଇଥିବା ବିମାନଗୁଡ଼ିକ ମଧ୍ୟରେ ମୁମ୍ବାଇରେ ୧୧୮, ବେଙ୍ଗାଲୁରୁରେ ୧୦୦, ହାଇଦ୍ରାବାଦ ୯୦, ପୁଣେରେ ୧୬, ଅହମ୍ମଦାବାଦର ୫ ଏବଂ କୋଲକାତାରେ ୩୫, ଚେନ୍ନାଇ ୨୬, ଗୋଆ ୧୧, ଭୋପାଳ ୫ଟି ବିମାନ ରହିଛି । ଗତ ଦୁଇଦିନରେ ୯୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ ହୋଇଛି ।
ଦିଲ୍ଲୀର ସବୁ ଇଣ୍ଡିଗୋ ବିମାନ ବାତିଲ
Facebook
Twitter
LinkedIn
Facebook
Twitter
LinkedIn
Recent News
ନୂଆବର୍ଷରେ ବୋର୍ଡ ନିଗମ ନିଯୁକ୍ତି !
ଭୁବନେଶ୍ୱର : ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯ୍ଧବ ଘୋଷଣା ହେବ । ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।...
ଆଜିର ANM ପରୀକ୍ଷା ସ୍ଥଗିତ
ଭୁବନେଶ୍ୱର : ସ୍ଥଗିତ ହେଲା ANMର ଦ୍ୱିତୀୟ ବର୍ଷ ଆଜିର ପରୀକ୍ଷା । ପଞ୍ଚମ ପେପର –ମିଡ ବ୍ୱାଇଫେରୀ ପରୀକ୍ଷା ସ୍ଥଗିତ । ପରବର୍ତ୍ତୀ ନିଦେ୍ର୍ଦଶନାମା ପର୍ଯ୍ୟନ୍ତ...
ଖାଇକୁ ଖସିଲା କାର , ୫ ଜଣଙ୍କ ଚାଲିଗଲା ଜୀବନ
ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ଚମ୍ପୱାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘାଟ ନିକଟରେ ବାଗଧାରା ଏକ ବରଯାତ୍ରୀ ଗାଡ଼ି ବିବାହ ଅତିଥିମାନଙ୍କୁ ନେଇ ଯାଉଥିବା ଏକ କାର...
ନିୟମ ବଦଳାଇଲା ଡିଜିସିଏ , ସ୍ୱାଭାବିକ ହୋଇପାରେ ବିମାନ ଚଳାଚଳ
ନୂଆଦିଲ୍ଲୀ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା ଦେଇଥିବା ସଙ୍କଟକୁ ନେଇ ବଡ ପଦକ୍ଷେପ ନେଇଛି ଡିଜିସିଏ । ନିୟମରେ ପରିବର୍ତ୍ତନ କରି ଡିଜିସିଏ ସାପ୍ତାହିକ...











