ନୂଆଦିଲ୍ଲୀ : ଦିଲ୍ଲୀର ଇଣ୍ଡିଆନ ସ୍କୁଲରେ ବୋମା। ସକାଳ ୧୦ଟା ୪୯ ମିନିଟରେ ସ୍କୁଲକୁ ଏକ ଧମକପୂର୍ଣ୍ଣ ମେଲ ଆସିଥିଲା । ଆଉ ଏହା ପରେ ସ୍କୁଲ ପରିସରରେ ସମସ୍ତେ ଆଚମ୍ବିତ ହୋଇଗଲେ । ଇମେଲ୍ ମିଳିବା ପରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଇମେଲ ମିଳିବା କ୍ଷଣି ସଙ୍ଗେ ସଙ୍ଗେ ପୂରା ସ୍କୁଲକୁ ଖାଲି କରି ଦିଆଯାଇଛି। ଯାହା ପରେ ସ୍କୁଲ ପ୍ରଶାସନ ତରଫରୁ ବୃଜେଶ ନାମକ ବ୍ୟକ୍ତି ତୁରନ୍ତ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ବର୍ତ୍ତମାନ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ସୂଚନା ମୁତାବକ, ଡିଫେନ୍ସ କଲୋନୀ ଥାନା ଅଞ୍ଚଳରେ ଥିବା ଏହି ସ୍କୁଲକୁ ଧମକପୂର୍ଣ୍ଣ ଇମେଲ ଆସିଥିଲା, ଯାହାପରେ ବର୍ତ୍ତମାନ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ସ୍କୁଲକୁ ଖାଲି କରାଯାଇଛି। ପିଲାମାନଙ୍କୁ ଘରକୁ ପଠାଇ ଦିଆଯାଇଛି।
Views: 116











