The Ultimate Managed Hosting Platform
ADVERTISEMENT

ଦିଲ୍ଲୀରେ ପ୍ରବଳ କୁହୁଡି ; ଗାଡି, ଟ୍ରେନ ଓ ବିମାନ ଚଳାଚଳ ପ୍ରଭାବିତ

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଲ୍ଲୀ ଏନସିଆର ଅଞ୍ଚଳରେ ପ୍ରବଳ ଘନ କୁହୁଡି । କୁହୁଡି ଯୋଗୁଁ ଗାଡି, ଟ୍ରେନ ଓ ବିମାନ ଚଳାଚଳ ପ୍ରଭାବିତ । ଦିଲ୍ଲୀ ଏୟାରପୋର୍ଟରେ ଯାତ୍ରୀଙ୍କ ପାଇଁ ଆଡଭାଇଜରି । ସତର୍କ ରହିବାକୁ ଆଇଏମଡି ପକ୍ଷରୁ ବିଶେଷ ସୂଚନା । ସୂଚନାନୁଯାୟୀ, କମ୍ ଭିଜିବିଲିଟି ପାଇଁ ଯାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଫଳରେ ଦିଲ୍ଲୀରୁ ଯାତ୍ରା କରୁଥିବା ୭୦ଟି ଏବଂ ଦିଲ୍ଲୀରେ ପହଞ୍ଚିଥିବା ୭୮ଟି ଉଡ଼ାଣକୁ ବାତିଲ କରାଯାଇଛି । ଏଥିସହ ଟ୍ରେନ୍ ସେବା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଆଗାମୀ ୬ ଦିନ ପାଇଁ ବାୟୁର ଗୁଣବତ୍ତା ଖରାପ ସ୍ଥିତିରେ ରହିବ ବୋଲି ଅନୁମାନ କରାଯାଉଛି ।ଅନ୍ୟପଟେ, ଏଭଳି ପରିସ୍ଥିତି ଜାରି ରହିଲେ ଆଗାମୀ ଦିନରେ ବିମାନ ଚଳାଚଳ ଅଧିକ ପ୍ରଭାବିତ ହୋଇପାରେ ବୋଲି ବିମାନ କମ୍ପାନୀ ପକ୍ଷରୁ କୁହାଯାଇଛି । ତେଣୁ ବିମାନବନ୍ଦରକୁ ଯିବା ପୂର୍ବରୁ ପରିସ୍ଥିତି ସମ୍ପର୍କରେ ଯାଞ୍ଚ କରିବାକୁ ଏୟାରଲାଇନ୍ସ ଯାତ୍ରୀମାନଙ୍କ ପାଇଁ ପରାମର୍ଶ ଜାରି କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login