The Ultimate Managed Hosting Platform
ADVERTISEMENT

ଦିଲ୍ଲୀରେ ତେଜିଛି ଭେଟଘାଟ୍ ପଲିଟିକ୍ସ

Facebook
Twitter
LinkedIn

ଧାମନଗର ଓ ପଦ୍ମପୁର ଉପନିର୍ବାଚନ ସରିବା ପରେ ଏବେ ଦିଲ୍ଲୀରେ ଜୋର୍ ଧରିଛି ଭେଟଘାଟ୍ ରାଜନୀତି । କେନ୍ଦ୍ର ମନ୍ତ୍ରୀମାନଙ୍କୁ ଭେଟିବା ନେଇ ସତେ ଯେମିତି ବିଜେଡି– ବିଜେପି ଭିତରେ ଚାଲିଛି କଂପିଟିସନ୍ । ବିଜେଡି ସଂସଦୀୟ ଦଳ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଦାବି ରଖିଥିବା ବେଳେ ବିଜେପି ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ରାଜ୍ୟର ସ୍ୱାର୍ଥ କଥା ଉଠାଇଛି । ଏହାବାଦ୍ ସଂସଦରେ ଅର୍ଚ୍ଚନା ନାଗ, ଖଣି ଦୁର୍ନୀତି ଭଳି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି ବିଜେପି । ତେବେ ହଠାତ୍ ଏଭଳି ଭେଟଘାଟ୍ ପ୍ରତିଯୋଗିତା କାହିଁକି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ଜଣକ ପରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟୁଛି ବିଜେଡି । ବିଜେପି ବି ବିଭିନ୍ନ ଇସ୍ୟୁରେ କେନ୍ଦ୍ରମନ୍ତ୍ରୀମାନଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଖାସ୍ କରି ଧାମନଗର ଓ ପଦ୍ମପୁର ଉପନିର୍ବାଚନ ପରେ ବଢିଛି ରାଜନୈତିକ ଗତିବିଧି । କେନ୍ଦ୍ରାପଡ଼ାକୁ ପାସେଞ୍ଜର ଟ୍ରେନ୍ ଚଳାଚଳ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲା ବିଜେଡି । ପରେ ପରେ ଧାନ ସଂଗ୍ରହରେ ବକେୟା ସବସିଡି ପ୍ରଦାନ ପାଇଁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଅପିଲ୍ କଲେ ଦଳୀୟ ସାଂସଦ । ଏତିକିରେ ସରିଲା ନାହିଁ ଭେଟଘାଟ୍ ପର୍ବ । ୧୬୦ ସଂପ୍ରଦାୟକୁ ଅନୁସୂଚିତ ଜନଜାତି ମାନ୍ୟତା ଦେବା ଦାବିରେ କେନ୍ଦ୍ରମନ୍ତ୍ରୀ ଅଜୁର୍ନ ମୁଣ୍ଡାଙ୍କୁ ଦାବିପତ୍ର ଦେଲେ ।

କେନ୍ଦୁପତ୍ର ଉପରୁ GST ପ୍ରତ୍ୟାହାର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣଙ୍କୁ ଭେଟି ସ୍ମାରକ ପତ୍ର ଦେଲା ବିଜେଡି ସଂସଦୀୟ ଦଳ । ସେହିପରି ଆଜି କେନ୍ଦ୍ରମନ୍ତ୍ରୀ ଜେନେରାଲ ଭି.କେ. ସିଂହଙ୍କୁ ଭେଟି ରାଜ୍ୟର ଜାତୀୟ ରାଜପଥ ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବାକୁ ଦାବି ରଖିଥିଲେ । ଏ କ୍ଷେତ୍ରରେ ବିଜେପି ବି ପଛରେ ନାହିଁ ଓଡ଼ିଶା ସରକାର । ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେଉନଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭିୟଙ୍କୁ ଭେଟିଲେ ବିଜେପି ସଂସଦୀୟ ଦଳ ।

ସେହିପରି ଯେଉଁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ବିଜେଡି ଭେଟିଥିଲା, ତାଙ୍କୁ ମଧ୍ୟ ବିଜେପି ଟିମ୍ ଭେଟି ରାଜ୍ୟର ଚାଷୀ ସମସ୍ୟା ସଂପର୍କରେ ଅବଗତ କରିଥିଲେ । ଧାନ କିଣାରେ ଦୁର୍ନୀତି, ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା ପ୍ରସଙ୍ଗ ବି ଉଠାଇଥିଲେ । ସେପଟେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଏହା ଭିତରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଦାବି ରଖିଛନ୍ତି । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ରାଜ୍ୟର ସାଂସଦମାନେ ଭେଟୁଥିଲେ ମଧ୍ୟ ଏବେ ଯେଭଳି ଭେଟଘାଟ ପ୍ରତିଯୋଗିତା ହେଉଛି, ସେଭଳି କେବେ ଦେଖିବାକୁ ମିଳିନଥିଲା । ଏହା ପଛରେ ରାଜ୍ୟର ସ୍ୱାର୍ଥ ଥିବା ବିଜେଡି ଓ ବିଜେପି କହୁଥିବାବେଳେ କଂଗ୍ରେସ କିନ୍ତୁ ଏହାକୁ ସମାଲୋଚନା କରିଛି ।

କେବଳ ଭେଟଘାଟ୍ ନୁହେଁ ସଂସଦରେ ଅର୍ଚ୍ଚନା ନାଗ ମାମଲା, ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ ଖଣି ଦୁର୍ନୀତି ଭଳି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜେପି । ସେପଟେ ବିଜେଡି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ମୋବାଇଲ ନେଟ୍ଓ୍ୱର୍କ ପ୍ରସଙ୍ଗ ଉଠାଇଥିଲା ହେଲେ ଏଭଳି ପ୍ରତିଯୋଗିତା କାହିଁକି? ପ୍ରକୃତରେ ଦୁଇ ଦଳ ମଧ୍ୟରେ ଲଢେଇ ନା ଲୋକଙ୍କୁ ଦେଖାଇବା ପାଇଁ ଛଦ୍ମ ଲଢେଇ ତାକୁ ନେଇ ପ୍ରଶ୍ନ ଉଠିଛି । ରାଜନୈତିକ ସମୀକ୍ଷକଙ୍କ ମତରେ ଏହା ରାଜ୍ୟ ସ୍ୱାର୍ଥ ପାଇଁ ନୁହେଁ କେବଳ ରାଜନୀତି ।

ଗୋଟାଏ ପଟେ ଲଢେଇ, ଆରୋପ ପ୍ରତ୍ୟାରୋପ । ଅନ୍ୟପଟେ ହକି ବିଶ୍ୱକପ୍ ଲାଗି କେନ୍ଦ୍ରମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ ଓ ସର୍ବଦଳୀୟ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବା ନେଇ ଅନେକ ଚର୍ଚ୍ଚା ହେଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login