ଭୁବନେଶ୍ବର: ଦିବ୍ୟାଙ୍ଗଙ୍କ ପାଇଁ ଚାଲିବ ‘ଇ-ମୋ ବସ୍’ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ଏକ ଅଭିନବ ଯୋଜନା କାର୍ୟ୍ୟକାରୀ କରିବାକୁ ଯାଉଛି। ଏହି ଯୋଜନାରେ କଟକ-ଭୁବନେଶ୍ୱର ସହରରେ ଭିନ୍ନକ୍ଷମଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଥିବା ନୂତନ ଇଲେକ୍ଟ୍ରିକ୍ ବସ ଚଳାଚଳ କରିବ। ଏଥିରେ ସାଧାରଣ ଯାତ୍ରୀ ବି ଯାତାୟାତ କରିବା ବ୍ୟବସ୍ଥା କରାଯିବ। ଦିବ୍ୟାଙ୍ଗଙ୍କ ପାଇଁ ସାଧାରଣ ସିଟ୍କୁ ଛାଡ଼ି ସ୍ୱତନ୍ତ୍ର ସିଟ୍ ବ୍ୟବସ୍ଥା ରହିବ। ବସରେ ଚଢ଼ିବା ଓ ଓହ୍ଲାଇବା ନିମନ୍ତେ ଲିଫ୍ଟ ବ୍ୟବସ୍ଥା କରାଯିବ। ଜଣେ ଦିବ୍ୟାଙ୍ଗ ବିନା ସାହାରାରେ ସିଧାସଳଖ ଭାବେ ବସରେ ଚଢ଼ିପାରିବେ ଏବଂ ଓହ୍ଲାଇପାରିବେ।
ପୂର୍ବରୁ କ୍ରୁଟ୍ ଚଲାଉଥିବା ବସ୍ ଗୁଡ଼ିକରେ ଯଦିଓ ଭିନ୍ନକ୍ଷମଙ୍କ ନିମନ୍ତେ ଟିକେଟରେ ରିଆତି ଓ ସ୍ୱତନ୍ତ୍ର ସିଟ୍ ବ୍ୟବସ୍ଥା ରହିଥିଲା, ଏହା ଶତ ପ୍ରତିଶତ ସଫଳ ହେଉ ନ ଥିଲା। ବାହାର ରାଜ୍ୟ ଭଳି ଏଣିକି ଓଡ଼ିଶାରେ ସ୍ୱତନ୍ତ୍ର ଲିଫ୍ଟ ବ୍ୟବସ୍ଥା ଥିବା ‘ଲୋ ସ୍ଲୋର୍’ ବସ୍ ଚଳାଚଳ କରିବାକୁ ଯାଉଥିବା କ୍ରୁଟର ଅପରେସନ୍ ହେଡ୍ ସଞ୍ଜୟ ବିଶ୍ୱାଳ ସୂଚନା ଦେଇଛନ୍ତି। ମୁଖ୍ୟତଃ ଚାଲିବାକୁ ଥିବା ଇ-ବସରେ ଦିବ୍ୟାଙ୍ଗଙ୍କ ନିମେନ୍ତ ଟିକେଟ୍ କ୍ଷେତ୍ରରେ ସ୍ୱତନ୍ତ୍ର ରିଆତି ବ୍ୟବସ୍ଥା ରଖାଯିବ। ୧୦୦ ପ୍ରତିଶତ ଦୃଷ୍ଟିହୀନ ଓ ୫୦ ପ୍ରତିଶତ ମାନସିକ ଅଗ୍ରସର ଦିବ୍ୟାଙ୍ଗଙ୍କ ପାଇଁ ବସ୍ ଯାତ୍ରା ସମ୍ପୂର୍ଣ୍ଣ ମାଗଣା ରଖାଯିବ।
ଦିବ୍ୟାଙ୍ଗଙ୍କ ପାଇଁ ଚାଲିବ ‘ଇ-ମୋ ବସ୍’
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











