The Ultimate Managed Hosting Platform
ADVERTISEMENT

ଦିନ ୨ଟା ୩୦ରେ ସମ୍ବଲପୁର ଉତ୍ତପ୍ତ ସହର

Facebook
Twitter
LinkedIn

ଭୁବନେଶ୍ବର: ଆଜି ପ୍ରବଳ ଖରା ଓ ଗରମ । ଭୀଷଣ ଖରାରେ ଲୋକେ ଛଟପଟ ହୋଇଛନ୍ତି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୫ଟା ବେଳକୁ ଭୁବନେଶ୍ବରର ତାପମାତ୍ରା ୨୯.୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ପୂର୍ବାହ୍ଣ ସାଢ଼େ ୮ଟା ବେଳକୁ ଝାରସୁଗୁଡ଼ାରେ ପାରା ୩୬.୬ଡିଗ୍ରି ଅନୁଭୂତ ହୋଇସାରିଥିଲା। ସେହିପରି ଦିନ ୧୧ଟା ୩୦ ବେଳକୁ ସମ୍ବଲପୁରରେ ତାପମାତ୍ରା ୪୨.୬ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଦିନ ୨ଟା ୩୦ ବେଳକୁ ଏହା ୪୫ ଡିଗ୍ରିରେ ପହଞ୍ଚି ସାରିଥିଲା ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ଦିନ ୨ଟା ୩୦ ବେଳକୁ ଝାରସୁଗୁଡାରେ ତାପମାତ୍ରା ୪୪.୪ ଡ଼ିଗ୍ରି, ଭୁବନେଶ୍ୱରରେ ୪୪ ଡ଼ିଗ୍ରି, ହୀରାକୁଦରେ୪୪ ଡ଼ିଗ୍ରି, ଚାନ୍ଦବାଲିରେ ୩୬.୨ ଡ଼ିଗ୍ରି, ଗୋପାଳପୁରରେ ୩୫ ଡ଼ିଗ୍ରି, ପାରାଦୀପରେ ୩୪.୨ ଡ଼ିଗ୍ରି, ପୁରୀରେ ୩୪ ଡ଼ିଗ୍ରି, ବାଲେଶ୍ୱରରେ ୩୩.୪ ଡ଼ିଗ୍ରି ଓ କେନ୍ଦୁଝରରେ ୩୦.୪ ଡ଼ିଗ୍ରି ରେକର୍ଡ କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login