The Ultimate Managed Hosting Platform
ADVERTISEMENT

ଦିନ ୨ଟା ସୁଦ୍ଧା ସମ୍ବଲପୁରରେ ୪୪.୨ ଡିଗ୍ରୀ ରେକର୍ଡ , ରାଜଧାନୀରେ ଟପିଲା ୪୦ ଡିଗ୍ରୀ

Facebook
Twitter
LinkedIn

ଭୁବନେଶ୍ବର: ପ୍ରବଳ ଖରା ଓ ଗୁଳୁଗୁଳିରେ ଓଡ଼ିଶାବାସୀ ଆଜି ତ୍ରାହିତ୍ରାହି ଡାକୁଛନ୍ତି। ସୂର୍ୟ୍ୟ ଉଦୟ ହେବା ମାତ୍ରେ ତାପମାତ୍ରା ବଢ଼ିବା ଆରମ୍ଭ ହୋଇଯାଇଥିଲା। ପୂର୍ବାହ୍ଣ ୮ଟା ପରଠାରୁ ଅପରାହ୍ଣ ୨ଟା ପର୍ୟ୍ୟନ୍ତ ବାହାରକୁ ଯିବା ଅସହ୍ୟ ହୋଇପଡ଼ିଥିଲା। ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରକୁ ଯିବା ପାଇଁ ଆଗ୍ରହୀ ନଥିଲେ। ସେହି କାରଣରୁ ରାସ୍ତାଘାଟଗୁଡ଼ିକ ଖାଲି ଖାଲି ଲାଗୁଥିଲା। ପାଦରେ ଚାଲିଚାଲି ଯାଉଥିବା ଲୋକେ ଖରାରେ ଅଧିକ ଅସ୍ତବ୍ୟସ୍ତ ହୋଇପଡୁଥିଲେ। ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଭୂତ ହୋଇଛି। ପଶ୍ଚିମଓଡ଼ିଶା ସମତେ ସମ୍ବଲପୁରରେ ପ୍ରବଳ ଖରା ଦେଖିବାକୁ ମିଳିଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଭୀଷଣ ଗୁଳୁଗୁଳି ଅନୁଭୂତ ହେଉଛି। ସମ୍ବଲପୁରରେ ସର୍ବାଧିକ ୪୪.୨ ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login