କଟକ : ଭାରତ ଇଂଲଣ୍ଡ ଏକ ଦିବସୀୟ କ୍ରିକେଟ ମ୍ୟାଚ୍। ଆଜି ବାରବାଟି ଷ୍ଟାଡିୟମ୍ ପରିଦର୍ଶନରେ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ମ୍ୟାଚ୍ ପ୍ରସ୍ତୁତି ନେଇ କରିବେ ଅନୁଧ୍ୟାନ । ପୂର୍ବାହ୍ନ ସାଢେ଼ ଏଗାରଟା ସମୟରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ଆସନ୍ତା ଫେବୃୟାରୀ ମାସ ୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ । ଅନ୍ୟପଟେ ବଦଳିଲା ବାରବାଟୀ ଟିକେଟ କାଉଣ୍ଟର ସ୍ଥାନ। ଟ୍ରାଫିକ ପରିଚାଳନାକୁ ଦୃଷ୍ଟିରେ ରଖି କଟକ ବାରବାଟୀ ଷ୍ଟାଡିୟମ୍ ମୁଖ୍ୟ ରାସ୍ତା କଡ଼ରେ ଥିବା ଟିକେଟ୍ କାଉଣ୍ଟର ଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି । ମୁଖ୍ୟ ରାସ୍ତା କଡ଼ରେ ନ ରଖି ଭିତରକୁ ନିଆଯାଇଛି କାଉଣ୍ଟର ଗୁଡ଼ିକୁ । ଗତକାଲି ବିଳମ୍ବିତ ରାତିରେ ଏଗୁଡ଼ିକୁ ସ୍ଥାନାନ୍ତର କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍ ।
Views: 39