The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଦିନିକିଆ ମହିଳା ବିଶ୍ୱକପ୍ ଆରମ୍ଭ : ଉଦଘାଟନୀ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୨୬୦ ରନ୍‌ର ଟାର୍ଗେଟ୍ ଦେଲା ଇଣ୍ଡିଜ୍

Facebook
Twitter
LinkedIn

ନୂଆଦିଲ୍ଲୀ : ଆରମ୍ଭ ହୋଇଛି ଆଇସିସି ମହିଳା ଦିନିକିଆ କ୍ରିକେଟ୍ ବିଶ୍ୱକପ୍ । ଶୁକ୍ରବାରଠାରୁ ନ୍ୟୁଜିଲାଣ୍ଡରେ ଆରମ୍ଭ ହୋଇଛି ଆଇସିସି ମହିଳା ଦିନିକିଆ କ୍ରିକେଟ୍ ବିଶ୍ୱକପ୍ । ଆୟୋଜକ ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍ ଖେଳାଯାଉଛି । ତେବେ ଭାରତ ଆସନ୍ତା ୬ ତାରିଖ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଚଳିତ ବର୍ଷ ସବୁ ମ୍ୟାଚ୍‌ରେ ଡିଆର୍‌ଏସ୍ ନିୟମ ଉପଲବ୍ଧ ହେବ ଏବଂ ମ୍ୟାଚ୍‌ର ସିଧା ପ୍ରସାରଣ ମଧ୍ୟ କରାଯିବ ।ଉଦଘାଟନୀ ମୁକାବିଲାରେ ଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରିଥିଲା । ତେବେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ୫୦ ଓଭରରେ ୨୫୯ ରନ୍ କରିଥିଲା । ସେହିପରି ଏବେସୁଦ୍ଧା ନ୍ୟୁଜିଲାଣ୍ଡ ୩୧ ରନ୍ କରି ବ୍ୟାଟିଂ କରୁଛି ଏବଂ ଦଳ ଗୋଟିଏ ଓ୍ୱିକେଟ୍ ହରାଇଛି ।

ମହିଳା ବିଶ୍ୱକପ୍‌ରେ ମୋଟ ୮ଟି ଦଳ ଯଥା ଆୟୋଜକ ନ୍ୟୁଜିଲାଣ୍ଡ ସମେତ ଭାରତ, ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ଭାଗ ନେବେ । ରାଉଣ୍ଡ-ରବିନ ଏବଂ ନକ୍‌ଆଉଟ୍ ପର‌୍ୟ୍ୟାୟ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ସେମି ଫାଇନାଲ୍ ଓ ଫାଇନାଲ୍‌କୁ ମିଶାଇ ମୋଟ ୩୧ଟି ମ୍ୟାଚ୍ ରହିଛି । ଲିଗ୍ ପର‌୍ୟ୍ୟାୟରେ ପ୍ରତ୍ୟେକ ଦଳ ଅନ୍ୟ ୭ଟି ଦଳ ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବ ।ସେଥିମଧ୍ୟରୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ୪ଟି ଦଳ ସେମି ଫାଇନାଲ୍‌କୁ ଉନ୍ନୀତ ହେବେ ।

ନ୍ୟୁଜିଲାଣ୍ଡର ୬ଟି ଭେନ୍ୟୁ ଯଥା ହାଗଲେ ଓଭାଲ, ଇଡେନ ପାର୍କ, ବେ ଓଭାଲ, ସେଡନ ପାର୍କ, ୱେଲିଂଟନ ଓ ଡୁନେଡିନରେ ମ୍ୟାଚ୍ ଖେଳାଯିବ । ସେମି ଫାଇନାଲ୍ ମୁକାବିଲା ୱେଲିଂଟନ୍ ଓ ଖ୍ରୀଷ୍ଟଚର୍ଚ୍ଚ ମାର୍ଚ୍ଚ ୩୦ ଓ ୩୧ତାରିଖ ଅନୁଷ୍ଠିତ ହେବାକୁ ଥିବାବେଳେ ଏପ୍ରିଲ ୩ ତାରିଖ ହାଗ୍‌ଲେ ଓଭାଲରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ ।ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ସର୍ବାଧିକ ୬ଥର ଚାମ୍ପିଅନ୍ ହୋଇଥିବା ବେଳେ ଇଂଲଣ୍ଡ ୪ଥର ଏବଂ ନ୍ୟୁଜିଲାଣ୍ଡ ଥରେ ଚାମ୍ପିଅନ୍ ହୋଇଛି। ଭାରତ ଦୁଇଥର ରନର୍ସ ଅପ୍‌ରେ ସନ୍ତୁଷ୍ଟ ହୋଇଛି । ୨୦୦୫ ସଂସ୍କରଣରେ ଭାରତ ପ୍ରଥମ ଥର ଫାଇନାଲ୍‌ରେ ପ୍ରବେଶ କରିଥିଲା । ୨୦୧୭ ସଂସ୍କରଣରେ ଭାରତ ପୁଣି ଫାଇନାଲ୍‌ରେ ପହଞ୍ଚିଥିଲା । କିନ୍ତୁ ଇଂଲଣ୍ଡ ଠାରୁ ୯ ୱିକେଟ୍‌ରେ ହାରି ଟାଇଟଲ ଆଶା ଧୂଳିସାତ୍ କରିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login