ଭୁବନେଶ୍ୱର : ଦିନକ ପରେ କାର୍ତ୍ତିକ ମାସ ଆରମ୍ଭ ସହ ପୂଜା ପାଇବେ ମା’ ଗଜଲକ୍ଷ୍ମୀ । ମାସେ ଧରି ଆମିଷ ଛାଡିବେ ଲୋକ। ତେଣୁ ଆଜି ଶୁକ୍ରବାରରେ ଆମିଷ ବଜାରରେ ପ୍ରବଳ ଭିଡ଼। ତେଣୁ ଆଜି ବିଭନ୍ନ ଆମିଷ ବଜାରରେ ଲୋକଙ୍କ ଗହଳି ଜମୁଛି ।ଭୁବନେଶ୍ୱର ହେଉକି ପୁରୀ କିମ୍ବା ବ୍ରହ୍ମପୁର ସବୁଠି ଆମିଷ କିଣିନେବାକୁ ଦୋକାନରେ ଖଚାଖଚ ଭିଡ଼ । ଗ୍ରାହକଙ୍କ ମନଜାଣି ବେପାରୀ ବାହାରୁ ମାଛ ମାଂସ ଆମଦାନୀ କରିଛନ୍ତି । କାର୍ତିକ ମାସ ଆରମ୍ଭ ହେଉଥିବାରୁ ପ୍ରାୟ ଅନେକ ଲୋକଙ୍କ ଘରେ ମାସେ କାଳ ଆମିଷ ପଶିବନି । ଆଜି ଆମିଷ ଖାଇବାର ଶେଷ ଦିନ ଥିବାରୁ ଲୋକଙ୍କ ମଧ୍ୟରେ ଘରକୁ ଆମିଷ କିଣିନେବାକୁ ରୁଚି ରହିଛି ।
Views: 64