The Ultimate Managed Hosting Platform
ADVERTISEMENT

ଦିନକୁ ଦିନ ବଢୁଛି ଚାଷୀ ଅସନ୍ତୋଷ , ରାଜରାସ୍ତାରେ ୨ଦିନ ହେଲା ଧାନ ବସ୍ତା ରଖି ଧାରଣାରେ ଚାଷୀ

Facebook
Twitter
LinkedIn

ପୁରୁଷୋତ୍ତମପୁର ; ଦିନକୁ ଦିନ ଚାଷୀମାନଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କୋଦଳା ଥାନାର ବେଗୁନିଆପଡା ବୁରୁଝରୀ ଠାରେ ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଚାଷୀ ଧାନବସ୍ତାକୁ ମୁଖ୍ୟ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିବା ଘଟଣାର ଦୁଇ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର କୌଣସି ସମଧାନର ବାଟ ଫିଟୁନି । ଚାଷୀ ଏପଟେ ଶୀତ ରାତିରେ ଭୋକ ଉପାସରେ ରାସ୍ତା ଉପରେ ପଡି ରହିଥିବା ବେଳେ ପ୍ରଶାସନିକ ଅଧିକାରୀମାନେ ଚାଷୀଙ୍କ ସମସ୍ୟା ବୁଝିବାକୁ ବର୍ତ୍ତମାନ ସୁଦ୍ଧା ସେଠାରେ ପହଞ୍ଚି ନଥିବା ଚାଷୀ ଅଭିଯୋଗ କରିଛନ୍ତି । ସେପଟେ ଟୋକେନ ଅବଧି ଆଉ ମାତ୍ର ଦୁଇଦିନ ପରେ ସରୁଥିବାରୁ ଏଯାବତ ମିଲର ଧାନ ନେଉନାହିଁ । ଚାଷୀ କିଭଳି ଧାନକୁ ବିକିବେ ନେଇ ଚିନ୍ତାରେ ରହିଛନ୍ତି । ସେହିପରି ବ୍ଲକର ଅନ୍ୟାନ୍ୟ ପଞ୍ଚାୟତରେ ମଧ୍ୟ ଚାଷୀ ଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ସୁମଣ୍ଡଳଠାରେ ମଧ୍ୟ ଚାଷୀ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ଚାଷୀ ହେଉଛନ୍ତି ଅନ୍ନଦାତା । ତେଣୁ ସେ ରାଜରାସ୍ତାକୁ ଓହ୍ଲାଉଥିବା ବେଳେ ପ୍ରଶାସନ କିଭଳି ନୀରବ ରହୁଛି ଏ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଯଦି ଚାଷୀମାନଙ୍କ ସମସ୍ୟା ଦୂର ନହୁଏ ତାହାଲେ ଆଗାମୀ ଦିନରେ ଭୋଟ୍ ବର୍ଜନ କରିବା ପାଇଁ ଚାଷୀ ମାନେ ଚେତାବନୀ ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ତୋରଣ ପାଇଁ ରାସ୍ତା ନଷ୍ଟ ହେବ ନାହିଁ : ହାଇକୋର୍ଟ

ତୋରଣ ପାଇଁ ରାସ୍ତା ନଷ୍ଟ ହେବ ନାହିଁ : ହାଇକୋର୍ଟ

ଭୁବନେଶ୍ୱର : ପାର୍ବଣ କଟକଣା ଉପରେ ହାଇକୋର୍ଟଙ୍କ ନିଦେ୍ର୍ଦଶ । ତୋରଣ ନିର୍ମାଣ ପାଇଁ ପ୍ରଶାସନର ଅନୁମତି ଆବଶ୍ୟକ । ତୋରଣ ଗୁଡିକର ନିରାପତ୍ତା ନିଶ୍ଚିତ କରିବ...

Login