ନୂଆଦିଲ୍ଲୀ : ଯେମିତି ଦର ହୁ ହୁ ହୋଇ ବଢିଥିଲା ସେମିତି ଦିନକୁ ଦିନ ଦର ଖସୁଛି । ଆଗକୁ ବାହା ବଜାର ଆସୁଥିବା ବେଳେ ଗ୍ରାହକଙ୍କ ପାଇଁ ଖୁସି ଖବର। ଆକାଶଛୁଆଁ ପାଲଟିଥିବା ସୁନା ଓ ରୁପା ଦର ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳୁଛି । ଶୁକ୍ରବାର ସକାଳ ତୁଳନାରେ ସନ୍ଧ୍ୟା ସୁଦ୍ଧା ସୁନା ଏବଂ ରୁପା ମୂଲ୍ୟ ହ୍ରାସ ପାଇଛି । ବିଶ୍ୱ ଏବଂ ଏସୀୟ ବଜାରରେ ମଧ୍ୟ ଏହି ହ୍ରାସ ସ୍ପଷ୍ଟ ହୋଇଛି। ଇଣ୍ଡିଆନ୍ ବୁଲିଅନ୍ ଏବଂ ଜୁଏଲାରି ଆସୋସିଏସନ୍ ଅନୁଯାୟୀ, ଅକ୍ଟୋବର ୨୩ ସନ୍ଧ୍ୟା ତୁଳନାରେ ୨୪ ତାରିଖ ସନ୍ଧ୍ୟା ୫ଟାରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରାୟ ୨ ହଜାର ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୧,୨୧,୫୧୮ରେ ପହଞ୍ଚିଛି । ଏହି ସମୟରେ, ୨୩ କ୍ୟାରେଟ୍ ସୁନାର ମୂଲ୍ୟ ୧,୮୦୦ ଟଙ୍କେ ହ୍ରାସ ପାଇ ବର୍ତ୍ତମାନ ପ୍ରତି ୧୦ ଗ୍ରାମକୁ ଦର ୧,୨୦୦,୮୬୦ ରହିଛି । ସୁନା ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ଏବେ ରେକର୍ଡ ସ୍ତରରେ ରହିଛି। ଆଉନ୍ସ ପିଛା ଦର ୪୦୫୬ ଡଲାର ପାଖାପାଖି କାରବାର ହେଉଛି। ସେହିଭଳି ଦେଶରେ ମଧ୍ୟ ସୁନା ଦର ନୂଆ ରେକର୍ଡ କରୁଛି। ୧୦ ଗ୍ରାମ୍ ସୁନା ଦର ପ୍ରାୟ ୧,୨୭,୩୦୦ ଟଙ୍କା ସ୍ତରରେ ରହିଛି। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ସୁନା ଦର ଆମେରିକୀୟ ଡଲାର ମୂଲ୍ୟରେ ୫୪.୬ ପ୍ରତିଶତ ଏବଂ ଭାରତୀୟ ଟଙ୍କା ମୂଲ୍ୟରେ ୬୧.୮ ପ୍ରତିଶତ ବୃଦ୍ଧି ଘଟିଛି ବୋଲି ରିପୋର୍ଟରେ କୁହାଯାଇଛି। ବିଶ୍ବରେ ଭାରତ ଦ୍ବିତୀୟ ବୃହତ୍ ସୁନା ବ୍ୟବହାରକାରୀ ଦେଶ ।
ଦିନକୁ ଦିନ ଖସୁଛି ସୁନା ଦର
Facebook
Twitter
LinkedIn
Facebook
Twitter
LinkedIn
Recent News
ଶୀତଦିନେ ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ , ହାର୍ଟ ଓ ମସ୍ତଷ୍କ ପାଇଁ ଭଲ
ବ୍ୟୁରୋ : କାଜୁ ବାଦାମର ସ୍ୱାଦ ଏପରି ହୋଇଥାଏ ଯେ ଥରେ ଖାଇବା ଆରମ୍ଭ କରିବା ପରେ ଏହାକୁ ଛାଡିବାକୁ ଇଚ୍ଛା ହୁଏ ନାହିଁ । କିନ୍ତୁ...
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ
ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...
ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା
ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...
ଗୃହରେ ପାଣ୍ଡିଆନ ତାତି
ଭୁବନେଶ୍ୱର : ମୁଲତବି ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନ ପ୍ରସଙ୍ଗ । ବିଜେଡି ବିଧାୟକଙ୍କୁ କାଗଜ ବାଘ କହି ତାଚ୍ଛଲ୍ୟ କଲେ ପ୍ରତାପ ଚନ୍ଦ୍ର ନାୟକ...











