ମୁମ୍ବାଇ : ଦାଦାର ଚାପୁଡା ମାଡରେ ଚାଲିଗଲା ୩ ବର୍ଷର ଝିଆରୀର ଜୀବନ । ଏଭଳି ୍ଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଥାନେ ଜିଲ୍ଲାରେ । ଦାଦା ଚାପୁଡା ମାରିବା ପରେ ଝିଆରୀର ମୃତ୍ୟୁ ହେବାରୁ ଭୟରେ ଦାଦା ମୃତଦେହକୁ ଜାଳିଦେଇଥିଲେ । ଶିଶୁ ହତ୍ୟା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି । ନଭେମ୍ବର ୧୮ ତାରିଖରେ ଉଲହସନାନଗରର ପ୍ରେମ ନଗର ସ୍ଥିତ ତାଙ୍କ ଘର ନିକଟରୁ ଶିଶୁଟି ନିଖୋଜ ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ଶିଶୁଟିର ମୃତଦେହ ମିଳିଛି । ପଚରାଉଚରା ବେଳେ ଏହି ଅପରାଧ ଦାଦା ସ୍ୱୀକାର କରିଛି । ପୁଲିସ ମୃତଦେହକୁ ଜବତ ପାଇଁ ପଠାଇଛି ।
Views: 27